Odisha News

ନୟାଗଡ଼ : ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଭଳି ବେସରକାରୀ ସ୍କୁଲରେ” ମୋ ସ୍କୁଲ ଅଭିଯାନ ” , ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ସ୍କୁଲର ମୂଳଦୁଆ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୧୨: ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ୟାଳୟ ମାନଙ୍କରେ କୌଣସି ବ୍ୟବସ୍ଥା ହୋଇ ନାହିଁ।
ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି। ବିଦ୍ୟାଳୟ ପରିସରରେ ଏକ ଅନାଥ ଆଶ୍ରମ ଗଢିବା ପାଇଁ ସଂକଳ୍ପ ନେଇଛନ୍ତି। ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଅନାଥ ଆଶ୍ରମ ଗଢିବାର ସଂକଳ୍ପ କୁ ଭୂୟସୀ ପ୍ରସଂଶା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ ବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନୁଭବ ହେଉଛି ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆ ଯୋଗଦେଇ ଶ୍ରୀରାମକୃଷ୍ଣଙ୍କ ଭାବଧାରା ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦ୍ୟାଳୟ ପରିଚାଳନା ହେଉଥିବା ସହିତ ପ୍ରତିବର୍ଷ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କର ଏହି ବିରାଟ ସମାବେଶ ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁଙ୍କୁ ଧନ୍୍ୟବାଦ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାଳୟ ପ୍ରତିଥିବା ମମତ୍ବବୋଧକୁ ସାଧୁବାଦ ଜଣାଇ ଥିଲେ।
ବିଦ୍ୟାଳୟର ପ୍ରଥମ ଛାତ୍ର ବଳରାମ ସାହୁ ସ୍ବାଗତ ଭାଷଣରେ ବିଦ୍ୟାଳୟର ସଂପାଦକ ତଥା ବଡଗୁରୁଜୀଙ୍କ ବୌଦ୍ଧିକ ସନ୍ଦେଶ ଆମ ଜୀବନ ପାଇଁ ବହୁ ମୂଲ୍ୟବାନ ବୋଲି କହିଥିଲାବେଳେ ପ୍ରାକ୍ତନ ଛାତ୍ରୀ ବିଦ୍ୟାବିଜିତା ବିଦ୍ୟାଳୟର ଗୁରୁଜୀଗୁରୁମାଙ୍କ ମାର୍ଗଦର୍ଶନ ସମସ୍ତଙ୍କ ଠାରୁ ନିଆରା ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ଭୋଜିଭାତର ମଜା ନେଇଥିଲା ବେଳେ ବର୍ଷା ପ୍ରିୟଦର୍ଶିନୀ, ଅନିଷା ପ୍ରିୟଦର୍ଶିନୀ ଓ ପାର୍ଥ ମହାପାତ୍ର ଅତୀତ ଦିନର ସ୍ମ୍ରୁତି କୁ ସାଉଁଟି ଥିଲେ।ଏହି କାର୍ଯ୍ୟକ୍ରମରେ ଶହେ ରୁ ଉର୍ଦ୍ଧ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।

Related Posts

Seo wordpress plugin by www.seowizard.org.