Odisha News

ନୟାଗଡ଼: ବାହାଡ଼ାଝୋଲା କୃଷି ବଜାର ଭିତ୍ତିଭୂମି ନିର୍ମାଣ ଓ ନୂତନ ଦୋକାନ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ପ୍ରଦିପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼, ୩/୯: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ୟତମ ପ୍ରସିଦ୍ଧ ବ୍ୟବସାୟିକ ପେଣ୍ଠ ବାହାଡାଝୋଲା ର ମାଣିକପାଟଣା ଠାରେ ,ନିୟନ୍ତ୍ରିତ ବଜାର କମିଟି , ବାହାଡାଝୋଲା ,ନୟାଗଡ଼ ଙ୍କ ତରଫରୁ ପ୍ରାୟ ୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଯାଉଥିବା କୃଷି ବଜାର ଓ ନୂତନ ଦୋକାନ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି।
ମୁଖ୍ୟଅତିଥି ବିଧାୟକ ଦଶପଲ୍ଲା ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ବରେଣ୍ୟ ଅତିଥିଙ୍କ ଗହଣରେ କୃଷି ବଜାର ଓ ନୂତନ ଦୋକାନ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ ନିୟନ୍ତ୍ରିତ ବଜାର କମିଟି ପରିସରରେ ବୃକ୍ଷ ରୋପଣ କରିଥିଲେ।
ଉପ ନିବନ୍ଧକ ତଥା ନିୟନ୍ତ୍ରିତ ବଜାର କମିଟି, ବାହାଡାଝୋଲା,ନୟାଗଡ଼ ର ସମ୍ପାଦକ ସୁଦାମା ଚରଣ ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ଙ୍କ ସମେତ ବରେଣ୍ୟ ଅତିଥି ଭାବେ ଉପ – ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ର ଅଧକ୍ଷ ଲଗ୍ନଜିତ୍ ରାଉତ,ନୂଆଗାଁ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଜିଲ୍ଲା ଉଦ୍ୟାନକୃଷି ବିଭାଗ ଅଧିକାରିଣୀ ମଞ୍ଜୁଲତା ତ୍ରିପାଠୀ, AHO ଅଜିତ କୁମାର ନାୟକ,ବ୍ଲକ ଆତ୍ମ୍ନା ଅଧକ୍ଷ ସଞ୍ଜୟ କୁମାର ସାହୁ, ବାହାଡାଝୋଲା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଆରତୀ ସେଠି,ସମିତିସଭ୍ୟା ମିତା ଅଧିକାରୀ, ପୂର୍ବତନ ସରପଂଚ ଡାକ୍ତର ରତିକାନ୍ତ ସାମଲ ଙ୍କ ସମେତ,ହରିପୁର,ବେରୁଆଁବାରି,କାପ୍ତାପଲ୍ଲି,ଗୁମି ଓ ସୀଙ୍ଗାରପଲ୍ଲି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/,ସଭ୍ୟା,ଜିଲ୍ଲାର ଆଦର୍ଶ କୃଷକ ତଥା ସମାଜ ସେବୀ ସୂର‌୍ୟ୍ୟନାରାୟଣ ସାହୁ, ବ୍ଲକ ବିଜେଡ଼ି ସଭାପତି ସନ୍ୟାସୀ ସାମଲ, ବିମଳ ପଟ୍ଟନାୟକ,ତାରିଣୀ ପାତ୍ର:ମୂରଲୀଧର ଜେନା,ଦିଲ୍ଲୀପ କୁମାର ଦଳବେହେରା ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ,ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି,କୃଷକ ଓ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀପ୍ରହ୍ଲାଦ ସାହୁ ଏବଂ ନାରାୟଣ ବେହେରା ସଂଯୋଜନା ଓ ପରିଚାଳନା କରିଥିଲେ।
ଡାକ୍ତର ରତିକାନ୍ତ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ,ନିୟନ୍ତ୍ରିତ ବଜାର କମିଟି, ବାହାଡାଝୋଲା,ନୟାଗଡ଼ର ମୁଖ୍ୟ କାର୍ଯ୍ୟାଳୟ ବାହାଡ଼ାଝୋଲା ଠାରେ କାର୍ଯ୍ୟ କରିବା,
ବ୍ୟବସାୟୀ ଏବଂ ଯାତ୍ରୀ ମାନଙ୍କ ପାଇଁ ଶୌଚାଳୟ ଓ ଯାତ୍ରିବିଶ୍ରାମା ଗାର ନିର୍ମାଣ କରାଯିବା ସହିତ, ବାହାଡାଝୋଲା ନିୟନ୍ତ୍ରିତ ବଜାର କମିଟି ପରିସର , କଷ୍ଟିଡ଼ାକୁଆ ଡାକ୍ତର ଖାନା ସମ୍ମୁଖରେ ଥିବା ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରି ସରସ ସୁନ୍ଦର କରାଯିବା ପାଇଁ ବିଧାୟକ ଶ୍ରୀ ବେହେରା , ଉପ – ଜିଲ୍ଲାପାଳ,ନୟାଗଡ଼ ଙ୍କ ନିକଟରେ ଅଞ୍ଚଳ ବାସି ଲିଖିତ ଦାବି ଉପସ୍ଥାପନା କରିଥିଲେ।
ଆଉମଧ୍ୟ ଅଭିଯୋଗପତ୍ର ର ନକଲ ନୟାଗଡ଼ ଜିଲ୍ଲାପାଳ,ରାଜ୍ୟ ସମବାୟ ମନ୍ତ୍ରୀ ଏବଂ ଞ୍ଚ୫ ଟି ସଚିବ,ଓଡ଼ିଶା,ଭୁବନେଶ୍ୱର ଙ୍କ ନିକଟକୁ ରେଜିଷ୍ଟ୍ରି ଡାକ ଯୋଗେ ପଠାଇଥିବା ର ସୂଚନା ପ୍ରଦାନ କରିଛନ୍ତି।

ଦେଖିବାକୁ ବାକି ରହିଲା ବାହାଡାଝୋଲା ଅଞ୍ଚଳ ବାସୀଙ୍କ ଦାବି ପ୍ରତି କେତେ ଗୁରୁତ୍ବ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ?କେବେ ଜବରଦଖଲ କାରୀଙ୍କ କବଳରୁ ମୁକ୍ତ ହେଉଛି ନିୟନ୍ତ୍ରିତ ବଜାର କମିଟି ପରିସର ଓ ସରକାରୀ ଡାକ୍ତରଖାନା ସମ୍ମୁଖ ସରକାରୀ ଯାଗା ?
କେବେ ପୁରଣ ହେଉଛି ଅଞ୍ଚଳବାସୀଙ୍କ ଦାବି?

Related Posts

Seo wordpress plugin by www.seowizard.org.