Odisha News

ଗଜପତି:ପୋଲି ଟେକନିକ ଓ ଆଇଟିଆଇ ଶିଳ୍ପାନୁଷ୍ଠାନରେ ଅଧିକ ଛାତ୍ରଛାତ୍ରୀ ଏଡମିସନ କରିବା ନେଇ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୯: ଗଜପତି ଜିଲ୍ଲାରେ ଥିବା ସରକାରୀ ପଲିଟେକନିକ୍ ଓ ଆଇଟିଆଇ ଶିଳ୍ପାନୁଷ୍ଠାନ ମାନଙ୍କରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରି କିଭଳି ଏଡମିଶନ୍ ନେବେ , ସେ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ୧୨୦ ଟି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ବ୍ଲକ୍ ବିଇଓ ଏବଂ ଏବିଇଓ: ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସରକାରୀ ପୋଲି ଟେକନିକ ଅନୁଷ୍ଠାନର ପ୍ରିନିସିପାଲ ଶ୍ରୀ ଗଦାଧର ମହାରଣା ଏହି ସଚେତନତାକାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟ ଏମ:ପି:ପି:-ଡି:ଆଈ:ଇ:ଟି: ଉପ-ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ପଣ୍ଡା , ରାଜ୍ୟ ପ୍ରୋକ୍ୟୁରମେଣ୍ଟ ଉପ-ନିର୍ଦ୍ଦେଶକ ଶ୍ରୀ ସୁଯୋଗ୍ୟ ମିଶ୍ର , ରାଜ୍ୟ ବି:ଏଣ୍ଡ:ଏମ:- ଡି:ଆଇ:ଇ:ଟି: ଉପ-ନିର୍ଦ୍ଦେଶକ ଶ୍ରୀ ଏସ:ପି: ମଲ୍ଲିକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଜିଲ୍ଲାର ଏକମାତ୍ର ସରକାରୀ ପୋଲି ଟେକନିକ ସମେତ ସରକାରୀ ଆଇଟିଆଇ ମାନଙ୍କରେ ଏଡମିସନ୍ ପ୍ରକ୍ରିୟା ଚାଲିଛି ।
ଏହି ଅନୁଷ୍ଠାନ ମାନଙ୍କ ପ୍ରତି ହାଇସ୍କୁଲ ପାସ ଆଉଟ୍ ଛାତ୍ରଛାତ୍ରୀ ମାନେ କିଭଳି ଆଗ୍ରହ ପ୍ରକାଶ କରି ଅଧିକରୁ ଅଧିକ ଏଡମିସନ ନେଇ ବୈଷୟିକ ଓ ବୃତ୍ତି ସମ୍ବନ୍ଧୀୟ ତଥା ଧନ୍ଦା ମୁଳକ ପାଠ ପଢ଼ି ନିଜର ଭବିଷ୍ୟତ ଗଢିବେ ସେ ସମ୍ପର୍କରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସୂଚନା ଦେବାପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଏହି ଅନୁଷ୍ଠାନ ମାନଙ୍କରେ ପାଠ ପଢି ପାସ ଆଉଟ୍ ହେବାପରେ କଣ ସେମାନଙ୍କ ଭବିଷ୍ୟତ ରହିଛି , ସେ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ପିଲାମାନେ ଏହି ଅନୁଷ୍ଠାନ ମାନଙ୍କରେ ପାଠ ପଢିବା କ୍ଷେତ୍ରରେ ଆପଣେଇ ନିଅନ୍ତୁ ଏବଂ ଆଗ୍ରହ ପ୍ରକାଶ କରନ୍ତୁ , ଏଠାରେ ସରକାରଙ୍କ ପକ୍ଷରୁ ଉତ୍ତମ ତାଲିମ ସହ ସମସ୍ତ ମାଗଣା ବ୍ୟବସ୍ଥା ରହିଛି । ଝିଅ ମାନଙ୍କ ପାଇଁ ଅଧିକ ମାଗଣା ବ୍ୟବସ୍ଥା ରହିଛି ।
ଯାହାକି ଏଡ଼ଭାନସ ଟେକନୋଲୋଜି ତାଲିମ ସହ ଶିଳ୍ପ ଜଗତରେ ନିଜକୁ ସାମିଲ କରି ପାରିବେ , ଏହିସବୁ ସୂଚନା ପ୍ରଧାନଶିକ୍ଷକ ମାନଙ୍କ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଦେବା ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ସଚେତନ କରା ଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡି:ଆଇ:ଇ:ଟିର ବରିଷ୍ଠ ଅଧ୍ୟାପକ ଶ୍ରୀ ସତ୍ୟାନନ୍ଦ ସେଠୀ , ଡି:ଇ:ଓ: ଶ୍ରୀ ପ୍ରଦୋଷ କୁମାର ନାୟକ , ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ଡି:ଦବ୍ଲ୍ୟୁ:ଓ: ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ , ୟୁ:ଏନ: ଓମେନ ମନ୍ଦାକିନୀ ସିଂହ ଏବଂ ଜିଲ୍ଲା ସ୍କୁଲ ଇନ୍ସପେକ୍ଟର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ସଂଯୋଜକ ତଥା ମେକାନିକାଲ ଏଚ:ଓ:ଡ଼ି: ଶ୍ରୀ ବିପିନ କୁମାର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.