Odisha News

ନୟାଗଡ଼ : ପୁଣି ଯୌତୁକ ପାଇଁ ଚାଲିଗଲା ନିରୀହ ବୋହୂର ଜୀବନ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୧୧: ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ସୁନାଖଳା ପଞ୍ଚାୟତ ଏକ ଅଭାବନୀୟ ଘଟଣା ଘଟିଛି । ପୁଣି ଯୌତୁକ ଜୁଇରେ ଆଉ ଜଣେ ବୋହୂ । ଟଙ୍କା ଲୋଭରେ ଦଶବର୍ତ୍ତୀ ହୋଇ ବୋହୂକୁ ନିର୍ମମ ହତ୍ୟା କଲେ ଶାଶୁଘର ଲୋକେ । ଏଭଳି ଅଭିଯୋଗ କରିଛନ୍ତି ମୃତ ଝିଅଙ୍କ ପରିବାର ଲୋକେ ।
ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସୁନାଖଳାରେ ଘଟିଛି ଏପରି ଅମାନବୀୟ ଘଟଣା । ଗତ ୧୨ବର୍ଷ ତଳେ ଚମ୍ପାପେଡି ଗ୍ରାମର ବାଉରୀ ବନ୍ଧୁ ପରିଡାଙ୍କ ଝିଅ ମନୋରମା ସାହୁ ସୁନାଖଳା ଗ୍ରାମର ସୁରେଶ ସାହୁଙ୍କୁ ବିବାହ କରିଥିଲେ ।
ବେଶ କିଛି ଦିନ ହସ ଖୁସି ରେ ପରିବାର ଚାଲିଥିବା ବେଳେ ନଣନ୍ଦ ମାନଙ୍କର ପ୍ରରୋଚନାରେ ପଡି ଶାଶୁଘର ଲୋକେ ବିଭିନ୍ନ ସମୟରେ ଯୌତୁକ ପାଇଁ ମନୋରମାଙ୍କୁ ମାର ପିଟି କରିବା ସହ ଅକଥନିୟ ଅତ୍ୟାଚାର ଦେଉଥିଳେ ।
ତେବେ ଗତକାଲି ବିଳମ୍ବିତ ରାତିରେ ଯୌତୁକ ପାଇଁ ଝିଅକୁ ମାରିଦେଇଥିବା ଝିଅର ପରିବାର ଲୋକେ ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଝିଅର ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

Related Posts

Seo wordpress plugin by www.seowizard.org.