Odisha News

ନୟାଗଡ : ରାସ୍ତା କଡ଼ରୁ ମିଳିଲା ଏକ ନବଜାତ ମୃତ ଶିଶୁପୁତ୍ର, ପୁଲିସ ର ଅନୁସନ୍ଧାନ ଜାରି

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୟାଗଡ,୨୦/୩: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ସିକରଗୋଛା ଠାରୁ ଉଦୟପୁର ଦେଇ ଯାଇଥିବା ରାସ୍ତା ପାର୍ଶ୍ବରେ ଏକ ମୃତ ଶିଶୁ ପୁତ୍ର ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ। ନୂଆଗାଁ ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁ ପୁତ୍ର କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି।ରାସ୍ତା କଡ଼ରେ ନବଜାତ ଶିଶୁ ପୁତ୍ର କିପରି ପଡ଼ିଲା,କାହାର ଶିଶୁ ପୁତ୍ର ,ପୁଲିସ ଦ୍ଵାରା ଅନୁସନ୍ଧାନ ଜାରି ରହିଛି।

Related Posts

Seo wordpress plugin by www.seowizard.org.