Odisha News

ନୟାଗଡ : ଓଡ଼ଗାଁ ତହସିଲ ପକ୍ଷରୁ ବେଆଇନ ମାଙ୍କଡାଖଣିରେ ଜୋରଦାର ଚଢଉ

ବିଶ୍ୱ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ର୍ନୟାଗଡ,୩/୨: ଓଡ଼ଗାଁ ତହସିଲ ପକ୍ଷରୁ ବେଆଇନ ମାଙ୍କଡାଖଣିରେ ଜୋରଦାର ଚଢଉ। ମାଟି ବୋଝେଇ ଟ୍ରକ ସହ ଜେସିବି
ପାୱାରଟ୍ରିଲର ଓ,ପାଣିପମ୍ପ ଜବତ । ଖଣିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।
ନୟାଗଡ ଓଡ଼ଗାଁ ପଥରା ଅଞ୍ଚଳ ରେ ଚାଲିଥିବା ବେଆଇନ ମାଙ୍କଡା ଖଣି ଉପରେ ଓଡଗାଁ ତହସିଲ ପକ୍ଷରୁ ଜୋରଦାର ଚଢଉ। ଜେସିବି,ପାଓ୍ବାରଟିଲର,ପାଣିପମ୍ପ ମାଟି ବୋଝେଇ ଟ୍ରକ,ଜବତ,। ବେଆଇନ ଖଣି ଚଳାଇବା ଅଭିଯୋଗରେ ଦୁଇଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।
ସୁଚନା ଅନୁସାରେ ଓଡ଼ଗାଁ ତହସିଲ ପକ୍ଷରୁ ତହସିଲଦାର ଶ୍ରୀମତୀ ବିଜେୟିତା ସାମନ୍ତସିଂହାର ଙ୍କ ନେତ୍ରୁତ୍ବରେ କୋମଣ୍ଡ ଆର.ଆଇ,ଓଡଗାଁ ଆର.ଆଇ ଓ ନନ୍ଦିଘର୍ ଆର.ଆଇ ଙ୍କ ମିଳିତ ଏଫୋର୍ସମେଣ୍ଟ ଟିମ୍ ଓଡ଼ଗାଁ ପଥରା ଅଞ୍ଚଳ ରେ ବେଆଇନ ଭାବେ ଚାଲିଥିବା , ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ରବୀନ୍ଦ୍ର ନାୟକ, ଙ୍କ ମଙ୍କଡାପଥର ଖଣି ଉପରେ ଚଢାଉ କରାଯାଇଥିଲା ।
ଚଢାଉ ବେଳେ ଖଣି ରେ ବ୍ୟବହୃତ ହେଉଥିବା ମାଙ୍କଡ଼ା ବୋଝେଇ ଟ୍ରକ, ପାୱାରଟ୍ରିଲର ଓ ପାଣିପମ୍ପ କୁ ଜବତ କରାଯାଇ ଦୁଇ ଖଣିମାଫିଆଙ୍କ ଉପରେ ତହସିଲ ପକ୍ଷରୁ ଫାଇନ ଆଦାୟ ସହ କାଯ୍ୟାନୁଷ୍ଠାନ ପାଇଁ ପ୍ରସ୍ଥୁତି ଆରମ୍ଭ କରାଯାଇଛି। ପୁର୍ବରୁ ମଧ୍ୟ ବେଆଇନ ଖଣି ଚଲାଇବା ଅଭିଯୋଗରେ ଖଣିମାଫିଆ ପୁଣ୍ଣଚନ୍ଦ୍ର ନାୟକଙ୍କ ଉପରେ ଦେଢ ଲକ୍ଷ ଟଙ୍କା ଫାଇନ କରାଯାଇ ନୋଟିସ ଦିଆଯାଇଥିଲା।
ପୁର୍ବରୁ ବିଭିନ୍ନ ସମୟରେ ତହସିଲ ପକ୍ଷରୁ ଏନଫୋରସମେଣ୍ଟ ଟିମ ଦ୍ବାରା ତହସିଲଦାରଙ୍କ ନେତ୍ରୁତ୍ବରେ ବିଭିନ୍ନ ସମୟରେ ଚଢଉ କରାଯାଇ ବେଆଇନ ଖଣି ଓ ଖଣିମାଫିଆଙ୍କ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ ଦ୍ବାରା ଖଣିମାଫିଆଙ୍କ ଭିତରେ ଆତଙ୍କ ଖେଳିଥିଲା। ଫଳରେ ଚୋରା ମାଙ୍କଡାଖଣି ପ୍ରାୟ ବନ୍ଦହେବା ସହ ମାଙ୍କଡାପଥର ଚୋରିରେ ପ୍ରାୟ ରୋକ ଲାଗିଥିଲା।
ତେବେ କାଭାଁ ଲୁଚାଛପାରେ କିଛି ଖଣିମାଫିଆ ମାଙ୍କଡାଖଣିରୁ ପଥର ଚାଲାଣ କରୁଥିବା ବେଳେ ଏବେ ତହସିଲ ପକ୍ଷରୁ ଚଢଉକୁ ଜୋରଦାର କରାଯାଇଛି।
ତେବେ ଏକ ନିଦ୍ଦିଷ୍ଟ ସଂମ୍ବାଦପତ୍ର ଓଡଗାଁ ତହସିଲ ଓ ତହସିଲଦାରଙ୍କୁ ବଦନାମ କରିବାକୁ ଚେଷ୍ଟାକରି ଓଡଗାଁ ଅଚଂଳରେ ତହସିଲ ଖଣିଚୋରି ରୋକିବାରେ ନିଷ୍କିୟ ରହିଥିବା କପୋଳକଲ୍ପିତ ଖବର ପ୍ରସାରଣ କରାଯାଉଥିବା ଅଚଂଳବାସୀ ଅଭିଯୋଗ କରିଛନ୍ତି। ଆଗକୁ ଏପରି ମିଥ୍ୟାଖବର ନକରିବାକୁ ସଂମ୍ମ୍ରୁକ୍ତ ଗଣମାଧ୍ୟମକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି। ତେବେ ଆଗକୁ ଖଣିମାଫିଆଙ୍କ ଉପରେ ଜୋରଦାର କାଯ୍ୟାନୁଷ୍ଠାନ ସହ ଦରକାର ପଡିଲେ ପୋଲିସଦ୍ବାରା ଗିରଫ କରାଯିବ ବୋଲି ଓଡଗାଁ ତହସିଲଦାର ଶ୍ରୀମତୀ ବିଜୟତା ସିଂସାମନ୍ତ ସୁଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.