Odisha News

ନୟାଗଡ଼ ଜିଲ୍ଲା ରେ ଶିକ୍ଷା ବିଭାଗର ଅଜବ ନୀତି: ଗୋଟିଏ ବିଦ୍ୟାଳୟରେ ୨ଜଣ ସି.ଆର୍.ସି.ସି. ନିଯୁକ୍ତି କୁ ବିରୋଧ କଲେ ଗ୍ରାମବାସୀ

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼,୩୧/୭: “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଇ ,ସର୍ବଶିକ୍ଷା ଅଭିଯାନ ଯୋଜନାରେ ପିଲା ମାନଙ୍କୁ ବିଦ୍ୟାଳୟ ମୁହାଁ କରାଇବା ସହିତ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ହେଲେ ଦାୟିତ୍ୱରେ ଥିବା ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ଅଜବ ନୀତି ଯୋଗୁଁ ଗ୍ରାମାଞ୍ଚଳ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥିବାର ଜଣାପଡୁଛି।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ,ନୂଆଗାଁ ବ୍ଲକ “ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବାହାଡାଝୋଲା ପଞ୍ଚାୟତର ଞ୍ଚଘଡେଇବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଞ୍ଚ ରେ।
ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ୮ ଟି ଶ୍ରେଣୀ ଥିବାବେଳେ ୯୬ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି।
ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ନିଯୁକ୍ତ ୬ ଜଣ ଶିକ୍ଷକ ଙ୍କ ମଧ୍ୟରୁ କିଛିଦିନ ତଳେ ଶୁକ୍ର ପ୍ରଧାନ ନାମକ ଶିକ୍ଷକ ମୃତ୍ୟୁ ବରଣ କରିଛନ୍ତି।ଅବଶିଷ୍ଟ ୫ ଜଣ ଶିକ୍ଷକ ମଧ୍ୟରୁ ଜଣେ ଡେ଼ଡିକେଟେଡ ଶିକ୍ଷକ କେବଳ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ଶିକ୍ଷା ଦାନ କରନ୍ତି।
ଛାତ୍ର ଛାତ୍ରୀଙ୍କୁ ଦିନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଯୋଗ ସମେତ ଶାରୀରିକ ପ୍ରଶିକ୍ଷଣ ପାଇଁ ଚୁକ୍ତଭିତ୍ତିରେ ଚୈତନ୍ୟ ସାହୁ ନିଯୁକ୍ତି ପାଇଥିବାବେଳେ, ଶିକ୍ଷକ ସୁରେଶ୍ ଚନ୍ଦ୍ର ପ୍ରଧାନଞ୍ଚ ବର୍ଷେ ହେଲା ସି.ଆର୍.ସି.ସି. ଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଉଥିବା ଅଫିସ କାମ କରୁଥିବା ବାହାନାରେ ସବୁବେଳେ ବିଦ୍ୟାଳୟରେ ଅନୁପସ୍ଥିତ ରହିବା ସହ, ପିଲାଙ୍କୁ ପାଠ ପଢାଉନଥିବା ନେଇ ଅଭିଯୋଗ ହୋଇଛି।

ଏପଟେ ବିଦ୍ୟାଳୟର ବିଭିନ୍ନ କାଗଜପତ୍ର କରିବା ସହ , ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଜଣେ ଶିକ୍ଷକ ୪ ର୍ଥ ରୁ ୮ ମ ପର୍ଯ୍ୟନ୍ତ ୫ ଟୀ ଶ୍ରେଣୀ ର ପିଲାଙ୍କୁ ପାଠ ପଢ଼ାଉଛନ୍ତି।
୫ ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ଥିବାରୁ ପିଲାଙ୍କ ପାଠପଢ଼ା ଠିକ୍ ସେ ହୋଇପାରୁ ନଥିବାରୁ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଙ୍କ ନିକଟରେ ଦାବି କରିଥିଲେ।
ତା ୨୯/୭ ଶୁକ୍ରବାର ଦିନ ବିଦ୍ୟାଳୟ ପାଇଁ ନିଯୁକ୍ତ , ପ୍ରସନ୍ନ କୁମାର ବେହେରା ନାମକ ଶିକ୍ଷକ ବିଦ୍ୟାଳୟରେ ଯୋଗଦେବା ପାଇଁ ଆସିଥିଲେ।
କିନ୍ତୁ ଦୁର୍ଭାଗ୍ୟ ର ବିଷୟ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ରେଗୁଲାର ଶିକ୍ଷକ ଆବଶ୍ୟକ ଥିବାବେଳେ, ଯୋଗଦେବା ପାଇଁ ଆସିଥିବା ଶିକ୍ଷକ ପ୍ରସନ୍ନ କୁମାର ବେହେରାଞ୍ଚ
ସି.ଆର.ସି.ସି. ହୋଇଥିବା ଜାଣିବା ପରେ ,ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ପକ୍ଷରୁ ଏହାର ବିରୋଧ କରାଯିବା ସହିତ,ସି. ଆର୍.ସି.ସି ଶ୍ରୀ ବେହେରା ଙ୍କୁ ବିଦ୍ୟାଳୟରେ ଜଏନ କରିବାକୁ ମନାକରାଯିବାରୁ, ସେ ବିଦ୍ୟାଳୟର ଶିକ୍ଷାଦାନ ସମସ୍ୟା କୁ ହୃଦୟଙ୍ଗମ କରି ଫେରିଯାଇଛନ୍ତି।

ଏ ବିଷୟରେ ପରିଚାଳନା କମିଟି ସଭାପତି କହିଛନ୍ତି,
ଆମକୁ ଆଉଜଣେ ସି.ଆର୍.ସି.ସି. ଦରକାର ନାହିଁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ଦରକାର ।
ଏଥିନେଇ ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହିତ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ଫୋନ୍ ଉଠାଇନଥିଲେ।

ଗୋଟିଏ ବିଦ୍ୟାଳୟରେ ୨ଜଣ ସି.ଆର୍.ସି.ସି. ନିଯୁକ୍ତି । ନୟାଗଡ଼ ଜିଲ୍ଲାରେ ଶିକ୍ଷା ବିଭାଗର ଏ ଅଜବ ନୀତି କୁ ନେଇ ,ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଯଦି ଶୀଘ୍ର ଶିକ୍ଷକ ସମସ୍ୟାର ସମାଧାନ ନହୁଏ ,ତେବେ ଗ୍ରାମବାସୀ ରାଜା ରାସ୍ତା କୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.