Odisha News

ନୟାଗଡ଼ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୭/୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ହୀରାକୁଦ ର ୪୦ ଗେଟ୍ ଖୋଲିବା ଦ୍ବାରା ମହାନଦୀର ଜଳସ୍ତର ବଢୁଥିବା ରୁ ନୟାଗଡ଼ ଜିଲ୍ଲାର ତିନୋଟି ବ୍ଲକ ରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟା ପ୍ରଭାବରେ ଗଣିଆ ବ୍ଲକର ବଡମୂଳ, ରାସଙ୍ଗ, କଳାପାଟ ଠାରେ ରାସ୍ତା ଉପରେ ୬ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି।
ଏହି ଅଞ୍ଚଳ କୁ ଯୋଗାଯୋଗ ବିଚ୍ଛିନ୍ନ ହେତୁ କିଶୋର ପ୍ରସାଦ, ଛାମୁଣ୍ଡିଆ,ବଡସିଲିଙ୍ଗା ପଞ୍ଚାୟତ ର ପ୍ରାୟ ତିନି ହଜାର ରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ହେଇ ରହିଛନ୍ତି। ଭାପୁର ବ୍ଲକ ରେ ବନ୍ୟାଜଳ ପ୍ରବାହିତ ହେବାରୁ କରବର ପଞ୍ଚାୟତ ର କରବର , ଗୁଦୁପଡା, ମାଣିତ୍ରୀ,ବଡବର, ନଣ୍ଡା ବର ପ୍ରଭୃତି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛିା କାରିଗିରି ନଦୀ ରେ ବନ୍ୟାଜଳ ଆସି ବ୍ରିଜ ଉପରେ ବନ୍ୟାଜଳ ପ୍ରଭାବିତ ହେବାଦ୍ବାରା ଖଣ୍ଡପଡ଼ା ଠାରୁ ଭୁବନେଶ୍ଵର ଯାତାୟାତ ପ୍ରଭାବିତ ହୋଇଛି।
ମାଣିତ୍ରି ଗ୍ରାମ ଭିତରେ ତିନି ଫୁଟର ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଲୋକମାନେ ଭୟଭୀତ ରେ ରହିଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ବୋଟର ବ୍ୟବସ୍ଥା କରିଥିବା ବେଳେ ତିନୋଟି ବ୍ଲକ ର ତିରିଶଟି ବିଦ୍ୟାଳୟ କୁ ଛୁଟି ଘୋଷଣା କରାଯାଇଛି।
ଗଣିଆ ବ୍ଲକର ୯ଟି, ଭାପୁର ବ୍ଲକ ର ୧୨ ଟି ଖଣ୍ଡପଡ଼ା ବ୍ଲକ ର ୯ ଟି ବିଦ୍ୟାଳୟ କୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଲୋକମାନେ ବନ୍ୟା ଲାଗି ଭୟଭୀତ ଥିବା ସହ ବନ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.