Odisha News

ନୟାଗଡ଼ ଜିଲ୍ଲାରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧନକିଣା ଯିବ (-ଜିଲ୍ଲାପାଳ )

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼,୧୦/୧ : ଜିଲ୍ଲାପାଳ ଚାଷୀ ମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି.ଜିଲ୍ଲା ରେ ୧୬୭ ଟି ମଣ୍ଡି ଏବଂ ୧୭ ଜଣ ମିଲରଙ୍କୁ ଧାନ କିଣାରେ ସାମିଲୀ କରିଛନ୍ତି ଏହା ଜିଲ୍ଲାପାଳ ସୂଚନା ଦେଇଛନ୍ତି.ଧାନକିଣା ପ୍ରକ୍ରିୟା ବିଳମ୍ବ ରେ ଚାଲୁଥିବାରୁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସମ୍ବଲପୁର ଜିଲ୍ଲାର ୨୦ ଜଣ ସ୍ଵଛଳ ମିଲରଙ୍କୁ ନୟାଗଡ଼ ଜିଲ୍ଲାକୁ ପଠେଇବା ବ୍ୟବସ୍ଥା କରିଛନ୍ତି । କଟଣି ଛଟଣୀ କୌଣସି ପ୍ରକାର ସରକାରୀ ନିୟମରେ ନାହିଁ ଏହା ମିଲର ମାନଙ୍କ ମନାମାନୀ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଏହି ବର୍ଷ ଭଲ କିସମର ଧାନ ଉତ୍ପାଦନ ହୋଇଛି ସମସ୍ତଙ୍କଠାରୁ ଧାନ ସମବାୟ ସମିତି ଧାନ କିଣିବା ଉପରେ ଜିଲ୍ଲାପାଳ ଗୁରୁତ୍ୟ ଦେଇଛନ୍ତି ।
ଏହା ସହିତ ଚୋରା ବ୍ୟବସାୟ ହେବନାହିଁ ଯଦିହୁଏ ସ୍ୱତନ୍ତ୍ର ସ୍କ୍ୱାଡ଼ ଦ୍ୱାରା ସେମାନଙ୍କୁ ଧରାଯିବ, ଚାଷୀମାନେ ଝୋଟ ବସ୍ତା କୁ ନେଇ ଚିନ୍ତା କରିବା ଦରକାର ନାହିଁ ଜରି ବସ୍ତା ରେ ଧାନ ସମବାୟରେ ଚାଷୀ ଦେବାପରେ ଧାନକୁ ଝୋଟ ବସ୍ତାରେ ନେବା ଦାୟିତ୍ୱ ମିଲରଙ୍କର ବୋଲି ଜିଲ୍ଲାପାଳ ସ୍ପଷ୍ଟୀକରଣ କରିଛନ୍ତି ।
ଏହି ସମିଳନୀରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ଜିଲ୍ଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ, ଅତିରିକ୍ତ ଯୋଗାଣ ଅଧିକାରୀ ଶୋଭରାଜ ସାମନ୍ତରାୟ ଉପସ୍ଥିତ ଥିଲେ. ।

Related Posts

Seo wordpress plugin by www.seowizard.org.