Odisha News

ନୂଆ ଭୋଟରଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହେଲା ମୁଁ ବି ମିତା ଅଭିଯାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୯: ବୌଦ୍ଧ ଜିଲ୍ଲାରେ ନୂଆ ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୁଁ ବି ମିତା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲାସ୍ତରୀୟ ମୁଁ ବି ମିତା ଅଭିଯାନର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ । ଆଗକୁ ଆସୁଛି ସାଧାରଣ ନିର୍ବାଚନ ।
ଭୋଟର ତାଲିକାର ସ୍ବତନ୍ନ ସଂକ୍ଷିପ୍ତ ସଂଶୋଧନ ସହ ତାଲିକାରେ ଯେଉଁମାନଙ୍କର ବୟସ ୧୮ ବର୍ଷ ପୂର୍ଣ୍ଣ ହୋଇଛି ତାଙ୍କୁ ନୂତନ ଭୋଟର ଭାବେ ତାଲିକାଭୁକ୍ତ କରାଯାଉଛି । ଭାବି ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଓ ପ୍ରୋତ୍ସାହିତ କରିବା ହେଉଛି ମୁଁ ବି ମିତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଚୟନ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କୁ ମୁଁ ବି ମିତା ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର , ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଡେପୁଟି କଲେକ୍ଟର ଶାଶ୍ୱତ କୁମାର ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ କ୍ରମ ର ଉଦ୍ଦେଶ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର ନୂଆ ଭୋଟର ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମ ରେ ଉତ୍ସକ୍ଷହିତ କରିଥିଲେ ।
ଭୋଟର ତାଲିକା ରେ ନିଜ ନାମ ପଞ୍ଜିକରଣ କରି ଅନ୍ୟ ଭୋଟର ମାନଙ୍କୁ ସଚେତନ କରିବା, ଉପଯୁକ୍ତ ବ୍ୟକ୍ତି ଙ୍କୁ ଭୋଟ ଦେଇ ବାଛିବାର ଅଧିକାର ସମସ୍ତଙ୍କର ରହିଛି, ଏଣୁ ଅଧିକରୁ ଅଧିକ ନିଜ ନାମ ଭୋଟର ତାଳିକା ରେ ପଞ୍ଜିକୃତ କରିବା, ସାଙ୍ଗ ସାଥି ଙ୍କୁ ଏ ସମ୍ବନ୍ଧରେ ବୁଝାଇବା ଓ ସେମାନଙ୍କୁ ସଚେତନ କରାଇବା, ଭୋଟର ହେଲ୍ପ ଲାଇନ ଆପ ବିଷୟରେ ସମସ୍ତଙ୍କୁ ସଚେତନ କରିବାପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଛାତ୍ରୀ ମାନେ ଏ ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ ଏବଂ ଜ଼ିଲ୍ଲାପାଳ ସରଳ ଭାବରେ ସେମାନଙ୍କ ର ଉତ୍ତର ରଖିଥିଲେ ।
ବୌଦ୍ଧ : ବଡନନ୍ଦାଗାଡୁ ଗ୍ରାମର କୁଂଜ ପ୍ରଧାନଙ୍କୁ ଟାଙ୍ଗିଆରେ ଆକ୍ରମଣ ମାମଲା , ଅଭିଯୁକ୍ତକୁ ସାତ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୩/୯: ବୌଦ୍ଧ ଜିଲ୍ଲା ସିଜେଏମ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ଜଣାପଡିଛି । ମାମଲରୁ ପ୍ରକାଶ ଗତ ୨୨.୬.୨୦୧୭ ରେ ତାରିଖରେ ହରଭଙ୍ଗା ଥାନା ଅର୍ନ୍ତଗତ ବଡନନ୍ଦାଗାଡୁ ଗ୍ରାମରେ କୁଂଜ ପ୍ରଧାନଙ୍କ ଘରେ ଗ୍ରାମର ମହିଳା ମାନେ ସନ୍ଧ୍ୟା ସମୟରେ ଟିଭି ଦେଖୁଥିଲେ । କୁଂଜ ଘର ବାରଣ୍ଡାରେ ଶୋଇଥିଲେ ।
ଏହି ସମୟରେ ହଠାତ ଗ୍ରାମର ଅଭିଯୁକ୍ତ ଶ୍ରୀଧର ମଲ୍ଲିକ (୪୬) ଏକ ଟାଙ୍ଗିଆ ଧରି କୁଂଜ ପ୍ରଧାନକୁ ଗାଳିମନ୍ଦ କରି ଜୀବନରେ ମାରିଦେବି କହି ଟାଙ୍ଗିଆ ଦ୍ୱାରା ଦୁଇଗୋଡକୁ ହାଣିଦେଇଥିଲା । କୁଂଜ ପ୍ରଧାନର ଚିତ୍କାର ଶୁଣି ତାଙ୍କ ପୁଅ ଭରତ ପ୍ରଧାନ ପହଞ୍ôଚ ଯିବାରୁ ଅଭିଯୁକ୍ତ ଶ୍ରୀଧର ଟାଙ୍ଗିଆ ଧରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ଏନେଇ କୁଂଜ ପ୍ରଧାନଙ୍କ ପୁଅ ଭରତ ପ୍ରଧାନ ଗତ ୨୨.୬.୨୦୧୭ରେ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ପକ୍ଷରୁ ଥାନା କେସ ନଂ ୪୦/୧୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ପରେ ଉକ୍ତ ମାମଲାଟି ବୌଦ୍ଧ ସିଜେଏମଙ୍କ ଅଦାଲତରେ ଏସଟି କେସନଂ ୨୩/୧୯ ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତି କୋର୍ଟ ଶୁକ୍ରବାର ଦିନ ଅଭିଯୁକ୍ତ ଶ୍ରୀଧର ମଲ୍ଲିକକୁ ୭ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦେବରଂଜନ ବିଶି ପରିଚାଳନା କରୁଥିଲେ ।
ବନ୍ଧୁକ ସହ ବାରହା ଶିକାରିକୁ ଧରିଲା ବନବିଭାଗ
ବୌଦ୍ଧ, ୩/୯: ବୌଦ୍ଧ ଜିଲ୍ଲାରେ ବ୍ୟାପକ ଭାବରେ ବେଧଡକରେ ଚାଲିଛି ବନ୍ୟଜନ୍ତୁ ଶିକାର । ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଉଦ୍ୟମ ଜାରି ରହିଛି । ବିଭାଗ ପକ୍ଷରୁ ବିଭିନ୍ନ ସମୟ ରେ ଚଢାଉ କରାଯାଇ ବନ୍ୟଜନ୍ତୁ ଶିକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଶ୍ରାବଣ ପୁର୍ଣିମା କୁ ଲକ୍ଷ କରି ଜଙ୍ଗଲ ରେ ଜନ୍ତୁ ଶିକାର ହେବାର ଅନୁମାନ କରି ଗତ କାଲି ରାତିରେ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ବନଖଣ୍ଡ ର ସମସ୍ତ ରେଞ୍ଜ ର ସମସ୍ତ ବିଟ ଏରିଆ ରେ କଡା କଡ଼ି ଭାବେ ରାତି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଡମରଗାଡ଼ ସଂରକ୍ଷିତ ଜଙ୍ଗଲ ରେ ବାରହା ଶିକାର କରିବା ପାଇଁ ଇଲେକ୍ଟ୍ରି ତାର ବିଛେଇ ଏକ ଦେଶୀ ହାତ ତିଆର ବନ୍ଧୁକ ଧରି ଜଙ୍ଗଲ ଭିତରେ ବସି ଛପି ରହି ଥିବା ସମୟରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଦେଶୀ ବନ୍ଧୁକ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଅଭିଯୁକ୍ତ ଜଣକ ହେଲା ମାନେଶ୍ୱର ଗ୍ରାମର ଗୁପ୍ତେଶ୍ୱର ସେଠି (୪୬) ବୋଲି ଜଣା ପଡିଛି । ଏହି ଚଢ଼ାଉ ରେ ଏସିଏଫ ଆଶିଷ କହଁର,ବନରକ୍ଷୀ ପ୍ରକାଶ ପ୍ରଧାନ, ମୋବାଇଲ ଟିମ, ଫୋରେଷ୍ଟ ସ୍କ୍ୱାଡ଼ ସାମିଲ ଥିଲେ ।

Related Posts

Seo wordpress plugin by www.seowizard.org.