Odisha News

“ ନୂଆ –ଓ “ଫେଷ୍ଟ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୨: ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠଳରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଭାରପ୍ରାପ୍ତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଅଧ୍ୟକ୍ଷ , ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟ ଓ ମଡେଲ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ପ୍ରତିନିଧି, ଅଗ୍ନିଶମ ଅଧିକାରୀ, ଆଦି ଉପସ୍ଥିତ ରହିଥିଲେ ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପବିତ୍ର କୁମାର ରାଉତ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ । ଜିଲ୍ଲାପାଳ ତା ୦୪.୦୧.୨୦୨୪ ରିଖରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଦିନ ୯ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏକ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ “ନୂଆ -ଓ” ଫେଷ୍ଟ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ ଏବଂ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଜିଲ୍ଲାରେ ଥିବା କଲେଜ ଗୁଡ଼ିକର ପ୍ରାୟ ୧୦୦୦ଛାତ୍ରଛାତ୍ରୀ ଏହି ମହୋତ୍ସବ ରେ ସମ୍ମିଳିତ ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ମହା ବିଦ୍ୟାଳୟ ସ୍ତରରେ ପ୍ରାୟ ୬-୭ ଗୋଟି ବିଭାଗରେ ପ୍ରତିଯୋଗିତା ଆୟୋଜନ କରିବାକୁ ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟକୁ ମନୋନୀତ କରାଯାଇଥିଲା ।
ସେହି ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ମହୋତ୍ସବରେ ପୁରଷ୍କୃତ କରାଯିବ । ନୃତ୍ୟ,ଗୀତ, ବକ୍ତୃତ୍ୱା, କୁଇଜ, ଚିତ୍ରାଙ୍କନ , ଅଭିନୟ ଇତ୍ୟାଦି ଗୁଡ଼ିକରେ ପାରଦର୍ଶିତା ଲାଭ କରିଥିବା ଯୁବ କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ସ୍ଥିର କରାଯାଇଥିଲା ।
ଜିଲ୍ଲାସ୍ତରୀୟ ଉତ୍ସବର ସୁପରିଚାଳନା ନିମନ୍ତେ ମିଟିମାନ ଗଠନ କରାଯିବାକୁ ପ୍ରସ୍ତାବ ଦିଆ ଯାଇଥିଥିଲା ।

Related Posts

Seo wordpress plugin by www.seowizard.org.