Odisha News

ନିର୍ବାଚନ କମିଶନଙ୍କ ଛାଟ ପରେ ବଦଳିଲେ ଜିଲ୍ଲାସ୍ତରରେ କାର୍ଯ୍ୟରତ ୧୫୬ ଓଏଏସ୍ ଅଫିସର

ଭୁବନେଶ୍ୱର,୨୭/୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡାକଡି ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବଦଳି ପ୍ରକ୍ରିୟା ଜାରି ରହିଛି । ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଆଦି ଭାବେ କାର୍ଯ୍ୟରତ ମୋଟ ୧୫୬ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।
ଏନେଇ ସାଧାରଣ ପ୍ରଶାସନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି । ସୋମବାର ୨୨ଜଣ ପୌର କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ଅଧିକାରୀ ଭାବେ ଜିଲ୍ଲାସ୍ତରରେ କାର୍ଯ୍ୟରତ ମୋଟ ୫୧ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।
ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୫ଜଣ ବିଡିଓଙ୍କ ବଦଳି ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୭୦ଜଣ ତହସିଲଦାର(ଓଏଏସ)ଙ୍କ ବଦଳି ହୋଇଛି।

Related Posts

Seo wordpress plugin by www.seowizard.org.