Odisha News

ନିର୍ବାଚନକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା: ବିଭିନ୍ନ ସ୍ଥାନରୁ ଦଳୀୟ ପତାକା,ପୋଷ୍ଟର ଓ ହୋଡିଂ ଉଛେଦ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୦/୩ : :ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ କିଭଳି ସ୍ଵଚ୍ଛ ଓ ନିର୍ମଳ କରାଯିବ ସେଥିପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି ।
ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଳିତ ଭାବେ ବାଲିଗୁଡ଼ା ସହରର ବିଭିନ୍ନ ସର୍ବ ସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ ପତାକା,ପୋଷ୍ଟର ଓ ହୋର୍ଡିଙ୍ଗକୁ ଉଛେଦ କରାଯାଉଛି ।
ଏଥିରେ ବାଲିଗୁଡ଼ା ତହସିଲଦାର ଡ.ବିଜୟ କୁମାର ସେଠୀଙ୍କ ସମେତ ଏନ୍ଏସି କର୍ମଚାରୀ ଓ ବାଲିଗୁଡ଼ା ଥାନା ପୋଲିସ୍ ସାମିଲ ହୋଇ ସହରର ବିଭିନ୍ନ ଛକ,ବସଷ୍ଟାଣ୍ଡ, ମେଡିକାଲ ଛକ ସହ ଗଳି କନ୍ଦି ବୁଲି ବୁଲି ଦଳୀୟ ପତାକା ସହ ହୋଡିଂ ଓ ପୋଷ୍ଟର ଗୁଡିକୁ ଉଛେଦ କରାଯାଇଛି ।
ଅଜଣା ରୋଗରେ ପୀଡ଼ିତ ହୋମଗାର୍ଡଙ୍କୁ ମିଳିଲା ସହାୟତା
କନ୍ଧମାଳ, ୨୦/୩: କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନାରେ କାର‌୍ୟ୍ୟରତ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନ କିଛି ଦିନ ହେବ ଅଜଣା ରୋଗରେ ପୀଡିତ ଥିବାରୁ ତାଙ୍କୁ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ମେଡ଼ିସିନ ବାବଦକୁ କିଛି ଟଙ୍କା ଆର୍ଥିକ ସହାୟତା କରିଛନ୍ତି ।
ସଦର ଥାନାର ସମସ୍ତ ଅଫିସର, କନେଷ୍ଟବଳ ହୋମଗାର୍ଡ କର୍ମଚାରୀ କିଛି କିଛି ଟଙ୍କା ଆଦାୟ କରି ରୋଗ ସଜ୍ଜାରେ ପୀଡିତ ଥିବା ବିନୋଦ ବିହାରୀ ପ୍ରଧାନଙ୍କ ବାସଭବନ ଠାରେ ଉପସ୍ଥିତ ରହି ସହାୟତା କରିଛନ୍ତି। ଉକ୍ତ କାର‌୍ୟ୍ୟକ୍ରମରେ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ , ସଂଘ ଆବାହକ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ସଂଘ ସଦସ୍ୟ ସାଫରିନ ଖାନ୍, ଉପେନ୍ଦ୍ର ଭଞ୍ଜ, ପ୍ରତାପ କୁମାର ସାହାଣୀ, ସ୍ବାଧିନ କୁମାର ଦିଗାଲ, ଅଜିତ କୁମାର ପ୍ରଧାନ, ସଦର ଥାନାରେ କାର୍ଯ୍ୟରତ ଏଏସ୍ଆଇ, ହରେକୃଷ୍ଣ ମିଶ୍ର, ସଞ୍ଜୟ କୁମାର ବିଶୋଇ ଉପସ୍ଥିତ ରହି ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପାଇଁ ଲାଗୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା ପ୍ରକାଶ କରିଛନ୍ତି ସଂଘ କର୍ମକର୍ତ୍ତା।
ଯାତ୍ରୀବାହୀ ବସ୍କୁ ପିଟିଲା ଲୁହାଛଡ଼ ବୋଝେଇ ପିକ୍ଅପ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ: ୧୦ରୁ ଊର୍ଧ୍ଵ ଆହତ
ବାଲିଗୁଡା,୨୦/୩: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା- ଜି.ଉଦୟଗିରି ମଧ୍ୟରେ ଥିବା ମାଲାନ ସୁଗା ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଏକ ଯାତ୍ରୀବାହୀ ମିନି ବସ ସହ ଲୁହା ଛଡ଼ ବୋଝେଇ ମାକ୍ସ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଡ୍ରାଇଭର ହେଲେ ଆଦିକନ୍ଦ ପଣ୍ଡା। ସୂଚନାନୁଯାୟୀ, ‘ସିଲକ ସଫାରୀ’ ନାମକ ଯାତ୍ରୀବାହୀ ମିନି ବସ (ଓଆର – ୦୨ ଏକ୍ସ -୯୨୭୪) ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିଲା।
ସେହିଭଳି ଲୁହା ଛଡ଼ ବୋଝେଇ ମାକ୍ସ ପିକଅପ ଭ୍ୟାନ (ଓଡି -୩୩-ଏଏ -୯୭୮୮) ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଆସୁଥିଲା। ଦିନ ଗୋଟାଏ ପାଖାପାଖି ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସ ଡ୍ରାଇଭର ଆଦିକନ୍ଦଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଜି.ଉଦୟଗିରି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ହେଲେ ଭଞ୍ଜନଗର ପାଖାପାଖି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ଭଞ୍ଜନଗର ହସ୍ପିଟାଲରେ ତାଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ମୃତ ଡ୍ରାଇଭର ଆଦିକନ୍ଧଙ୍କ ଘର ଜି.ଉଦୟଗିରି ସହରରେ। ଅପରପକ୍ଷେ ବସରେ ବସିଥିବା ଦଶରୁ ଊର୍ଦ୍ଧ୍ୱ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ପିକଅପ ଭ୍ୟାନ୍ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଉଛି । ଦୁର୍ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ଏସ୍ଆଇ ଅନନ୍ତ କୁମାର ପ୍ରଧାନ ଏବଂ ଟିମ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।
କନ୍ଧ କୁମ୍ଭାର ସମାଜ ର ବିଜୟ ଦିବସ ପାଳିତ
ବାଲିଗୁଡ଼ା,୨୦/୩: କନ୍ଧମାଳ ଜିଲ୍ଲା ବିଶିପଡ଼ା ରେ କନ୍ଧକୁମ୍ଭାର ସମାଜ ର ବିଜୟ ଦିବସ ପାଳିତ ହୋଇ ଯାଇଛି କ୍ଷ କନ୍ଧ କୁମ୍ଭାର କୁ ଆଦିବାସୀ ମାନ୍ୟତା ମିଳିବା ପରେ କନ୍ଧ କୁମ୍ଭାର ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ଦୀର୍ଘ ୫୦ ରୁ ଉର୍ଦ୍ଧ୍ବ ବର୍ଷ ଏହି କନ୍ଧ କୁମ୍ଭାର ସଂଘ ଆଦିବାସୀ ମାନ୍ୟତା ପାଇବା ପାଇଁ ସଂଘର୍ଷ କରି ଆସୁଥିଲେ ।
ଏହି କାର୍ଯ୍ୟକ୍ରମରେ ଚାରିଗଡ ର ମୂଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜ ର କୁଳ ଦେବୀ ଗଙ୍ଗା ମାତା ଓ ମାଆ ପାଟ୍ଟଖଣ୍ଡା ଓ ଜଗତର ନାଥ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
କନ୍ଧ କୁମ୍ଭାର ସମାଜ ର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଉପସଭାପତି ବିଜୟକୁମାର ବେହେରା, ସମ୍ପାଦକ ତପନ ବେହେରା,
କୋଷାଧକ୍ଷ ସୁରେନ୍ଦ୍ର ବେହେରା, ଯୋଗାଯୋଗ କର୍ତ୍ତା ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁଥିବା ବେଳେ ସେମାନଙ୍କୁ ମୂଖ୍ୟ ସ୍ରୋତରେ ଆଣିବା ରେ ନିଜର ହକ ଅଧିକାର ସାବ୍ୟସ୍ତ ଦାବୀ ଉପସ୍ଥାପନା ପାଇଁ ଯେଉଁ ମାନେ ମଙ୍ଗ ଧରିଥିଲେ ସେହି ମାନଙ୍କ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଆଜି କନ୍ଧ କୁମ୍ଭାର ସଙ୍ଘ ସଫଳତା ପାଇଲା ବୋଲି ବକ୍ତା ମାନେ ନିଜ ବକ୍ତବ୍ୟ ରେ କହିଥିଲେ । ଆମନ୍ତ୍ରିତ ମୂଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣ ରେ କହିଥିଲେ ଏହି ସଫଳତା ର ଶ୍ରେୟ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ଦେଇଥିଲେ । ସମାଜ ରେ ପ୍ରଚଳିତ ଅନ୍ଧବିଶ୍ୱାସ କୁ ସଂସ୍କାର, ବାଲ୍ୟ ଵିଵାହ ଦୂରୀକରଣ ନିଶା ନିବାରଣ କରିବା ସହିତ ଶିକ୍ଷା କୁ ପ୍ରାଧାନ୍ୟ ଦେଇ ରକ୍ତଦାନ ବୃକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ ହୋଇଥିଲା ।
ବାଲିଗୁଡ଼ା ଖେମୁଣ୍ଡଗଡ ରୁ ସଭପତି ପଙ୍କଜ ବେହେରା ଉପ ସଭାପତି ଦୀପକ କୁମାର ବେହେରା ସାଧାରଣ ସମ୍ପାଦକ ନୀଳ ମାଧବ ବେହେରା, ସଂପାଦକ ଭାବେ ଇନ୍ଦ୍ରଜିତ ବେହେରା, କୋଷାଧ୍ୟକ୍ଷ ରାମକୃଷ୍ଣ ବେହେରା, ମୂଖ୍ୟ ସଭ୍ୟ ମାର୍କଣ୍ଡ ବେହେରା ଓ ରଞ୍ଜିତ କୁମାର ବେହେରା ।
ମାତୃ ମଣ୍ଡଳୀ ର ସଭାନେତ୍ରୀ ମିଥିଳା ବେହେରା, ଉପ ସଭାପତି ତପସ୍ଵିନୀ ବେହେରା, ସମ୍ପାଦିକା ଆରତୀ ବେହେରା ଏବଂ ମୂଖ୍ୟ ସଭ୍ୟ ସରସ୍ୱତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କନ୍ଧ କୁମ୍ଭାର ସମାଜ ର ମାଟିଆ କନ୍ଧ , କୁମ୍ଭାର ଗୁନା କୁମ୍ଭାର ମଧ୍ୟ ଆଦିବାସୀ ମାନ୍ୟତା ପାଇବେ ବୋଲି ସମାଜ ପକ୍ଷରୁ କୁହାଯାଇଛି ।
ଏହି କନ୍ଧ କୁମ୍ଭାର ସମାଜ ରେ ବାଲିଗୁଡ଼ା ରୁ ଲଳିତ ଦେହୁରୀ, ପବିତ୍ର ପ୍ରଧାନୀ, ରଂଜନ ବିଶିମକ୍ଷଝି, ସୁନୀଲ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ସମିତିର ସଦସ୍ୟ ଆଦିତ୍ୟ ପାତ୍ର ଓ ନିରଞ୍ଜନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କ୍ଷ
ଗଞ୍ଜେଇ ସହ ମଟର ସାଇକେଲ ଜବତ : ଯୁବକ ଓ ମହିଳା ମାଫିଆ ଗିରଫ
ବାଲିଗୁଡ଼ା, ୨୦/୩: ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପଞ୍ଝାରେ ଜଣେ ଯୁବକ ଓ ଜଣେ ମହିଳା ଗଞ୍ଜେଇ ମାଫିଆ । ପାଞ୍ଚ କେଜି ଓଜନର ଗଞ୍ଜେଇ ସହ ମୋଟରସାଇକେଲ ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଦେଖି ଏକ ମୋଟରସାଇକେଲ ଯୋଗେ ଯାଉଥିବା ଯୁବକ ମହିଳା ଦୃତ ଗତିରେ ଯିବାକୁ ଲାଗିଲେ ।
ପେଟ୍ରୋଲିଂ କରୁଥିବା ପୋଲିସ ମାନେ ମୋଟର ସାଇକେଲକୁ ପିଛା କରି ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ନିକଟରେ ମୋଟର ସାଇକେଲକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ୫ କେଜି ଓଜନର ଗଞ୍ଜେଇ ସହ ମୋଟରସାଇକେଲ ଜବତ ହୋଇଥିବା ଜଣାପଡ଼ିଛି ।
ଗିରଫ ଦୁଇଜଣଙ୍କ ମଧ୍ୟରୁ ଯୁବକ ଜଣକ ରାୟଗଡ଼ା ଜିଲ୍ଲା କାଶିପୁର ଥାନା ଅଞ୍ଚଳର ବନ ନାୟକ ହୋଇଥିବା ବେଳେ ମହିଳା ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ମାନିନୀ ମାଝୀ ହୋଇଥିବା ଜଣାପଡ଼ିଛି । ଜି.ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ ନେଇ ରାୟଗଡ଼ା ଅଭିମୁଖେ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ସୁରୁବାଲି ନିକଟରୁ ଗିରଫ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ନଡ଼ିଆ ତୋଳିବା ହେଲା କାଳ : ଗଛରୁ ପଡ଼ି ଯୁବକ ମୃତ
ବାଲିଗୁଡ଼ା, ୨୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନଡ଼ିଆ ତୋଳିବା ହୋଇଛି କାଳ । ଘର ନିକଟସ୍ଥ ନଡ଼ିଆ ଗଛରୁ ନଡ଼ିଆ ତୋଳିବା ବେଳେ ଗଛରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ବାଦଲ ପରାସେଠ୍ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଦଲ ପରାସେଠ୍ ବେଲଘର ସ୍ଥିତ ବିଏସ୍ଏନ୍ଏଲ୍ ଟାଓ୍ବାରରେ କାମ କରୁଥିଲେ । ସେ ରହୁଥିବା ଘର ନିକଟସ୍ଥ ଏକ ନିଡ଼ିଆ ଗଛରୁ ନଡ଼ିଆ ତୋଳିବା ପାଇଁ ଗଛରେ ଚଢିଥିଲେ ।
ହେଲେ ଅସାବଧାନତା କାରଣରୁ ଗଛରୁ ତଳକୁ ଖସି ପଡ଼ିବାରୁ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ବାଦଲଙ୍କୁ ପରିବାର ଲୋକେ ପ୍ରଥମେ ବେଲଘର ଡାକ୍ତରଖାନାକୁ ନେଇଥିଲେ ସେଠାରୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଶେଷରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ହେଲେ ବାଲିଗୁଡ଼ାରେ ଡାକ୍ତର ବାଦଲଙ୍କୁ ମୃତ ଘୋଷଣା କରିଛନ୍ତି ।

Related Posts

Seo wordpress plugin by www.seowizard.org.