Odisha News

ନିର୍ବାଚନକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ହୋଡିଂ ହଟାଯାଉଛି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୩ : ଦେଶରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମେ ୨୦ ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ସ୍ୱଚ୍ଚ ଏବଂ ନିରପକ୍ଷେ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ନିର୍ବାଚନ ନିମୟ ଅନୁଯାୟୀ ଜିଲ୍ଲାରେ ଥିବା ୩ ଗୋଟି ବ୍ଳକ ଓ ବିଜ୍ଞାପିତ ଅଂଚଳ ପରିଷଦ ଅଞ୍ଚଳରେ ଲାଗିଥିବା ସରକାରୀ ହୋଡିଂ, ବ୍ୟାନର ଆଦି ଯୁଦ୍ଧକାଳୀନ ଭିତିରେ ହଟାଯାଉଥିବା ଦେଖିବାକୁ ମିଳିଛି ।
ଯେଉଁ ହୋଡିଂ ଗୁଡିକୁ ବାହାର କରାଯାଇପାରୁନାହଁ ସେଗୁଡିକ ଜରି ଓ କପଡା ଲଗାଯାଇ ଘୋଡାଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଗତ ରବିବାର ଦିନ ନିର୍ବାଚନ ନେଇ ରାଜନୈିତିକ ଦଳ ଗୂଡିକ ମଧ୍ୟରେ ଏକ ବୈଠକ ହୋଇଥିଲା ।
ବୈଠକରେ ଜିଲ୍ଲାପାଳ ଜେ. ସୋନାଲ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ନିର୍ବାଚନ ପରିଚାଳନା କରାଯାଉଥିବା କହିବା ସହ ଜିଲ୍ଲାରେ ଯେପରି ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ବୈଠକରେ ବିଜେପି ଦଳର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ସରକାରୀ ବିଜ୍ଞାପନ ଥିବା ହୋଡିଂ ଗୁଡିକୁ ଘୋଡା ପାଇଥିବା ତାହା ବାହାରକୁ ଦେଖାଯାଉଥିବା କହିବା ସହ ସେଗୁଡିକ ଯେପରି ଦେଖାନଯିବ ଓ ହଟାଇବାକୁ ପଦକ୍ଷେପ ନେବାକୁ ଦାବି କରିଥିଲେ ।
ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ଜାତିଆଣ ଆପେକ୍ଷ ଘଟଣା:ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ପାଣଗଣ୍ଡା ସମାଜ ବିକାଶ ପରିଷଦ
ବୌଦ୍ଧ,୨୦/୩ : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକର ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଗତ ଫେବୃୟାରୀ ୧୪ ତାରିଖ ସରସ୍ୱତୀ ପୂଜା ଦିନ ଜଣେ ଦଳିତ ଛାତ୍ରଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ସଂସ୍କୃତ ଶିକ୍ଷୟତ୍ରୀ ଜାତିଆଣ ଆପେକ୍ଷ କରାଯାଇଥିବା ନେଇ ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା । ଏନେଇ ପରିଷଦ ପକ୍ଷରୁ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିକରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍କୃତ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
ଏନେଇ ଆଜି ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦର ସଂପାଦକ ସୁଧାଂଶୁ ଡାଙ୍ଗ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୨୦ ତାରିଖ ସୁଧା ସଂପୃପ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ବରିଷ୍ଠ ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାର ସମାଧାନ ହେଲା
ବୌଦ୍ଧ,୨୦/୩ : ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଡାକ୍ତରଙ୍କୁ ଜିଲ୍ଲାପାଳ ଓ ଏସପି ଗତ ଶୁକ୍ରବାର ଦିନ ଦୁର୍ବ୍ୟବହାର କରିଥିବା ନେଇ ଜିଲ୍ଲା ଡାକ୍ତର ସଂଘ ପକ୍ଷରୁ ଅଭିଯୋଗ କରାଯାଇ ଆନ୍ଦୋଳନ ଡାକରା ଦେଇଥିଲା । ଶନିବାର ଦିନ ଠାରୁ ଜିଲ୍ଲାର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବା ସହ ଆନ୍ଦୋଳନ ଚଳାଇଥିଲେ ।
ଦୀର୍ଘ ଦୁଇ ଦିନ ପରେ ସୋମବାର ଦିନ ଏହି ଘଟଣାର ସାମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ତାଲିମ କେନ୍ଦ୍ରଠାରେ ଅପରାହ୍ନରେ ଓମସାର ଏକ ପ୍ରତିନିଧି ମଣ୍ଡଳୀ ଓ ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଶେଷରେ ଉଭୟ ଅଧିକାରୀ ସେଦିନ ଘଟଣା ପାଇଁ ଅନୁତପ୍ତ ପ୍ରକାଶ କରିବା ପରେ ଘଟଣାର ସମାଧାନ ହୋଇଥିବା ବିଭାଗ ପକ୍ଷରୁ ଜଣାଯାଇଥିଲା । ବୈଠକରେ ଜିଲ୍ଲାର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

,

Related Posts

Seo wordpress plugin by www.seowizard.org.