Odisha News

ନିରବ ନିର୍ବାଚନ ପ୍ରଚାର ବୋଲି କିଛି ନାହିଁ : ବରିଷ୍ଠ କଂଗ୍ରେସ୍ ନେତା ପି ଚିଦାମ୍ବରମ

ନୂଆଦିଲ୍ଲୀ,୧୨/୧୨: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି ନିରବ ନିର୍ବାଚନ ପ୍ରଚାର ବୋଲି କିଛି ନାହିଁ । ଯେତେବେଳେ ନିର୍ବାଚନ ମଇଦାନରେ କଡା ଟକ୍କର ହୁଏ ସେତେବେଳେ ନିରବ ନିର୍ବାଚନର କିଛି ମାନେ ନାହିଁ । ଗୁଜୁରାଟରେ କଂଗ୍ରେସ ପରାଜୟ ବରଣ କରିବା ପାରେ ପି ଚିତାମ୍ବରମ କହିଛନ୍ତି କଂଗ୍ରେସର ନିରବ ପ୍ରଚାର ସହିତ କେହି ପରିଚିତ ନଥିଲେ । ଚିତାମ୍ବରମ ଆହୁରି କହିଛନ୍ତି, ନିର୍ବାଚନ ଲଢ଼ି ଜିତିବାକୁ ହେଲେ, ସମସ୍ତ ବାହୁ ବଳ, ଆଧୁନିକରଣ ଟେକନୋଲୋଜି ଏବଂ ସମସ୍ତ ପ୍ରକାରର ନିର୍ବାଚନି ଉପକରଣ ଲାଗାଇବାକୁ ପଡିଥାଏ । ନିର୍ବାଚନ ମଇଦାନରେ ଯେତେ ଶକ୍ତି ପ୍ରଦର୍ଶନ କରିବ ସେତିକି ଫଳ ମିଳିବ । କଂଗ୍ରେସ ଗୁଜୁରାଟ ନିର୍ବାଚନ ହାରି ଏକ ପ୍ରକାର ବୁଦ୍ଧି ଶିକ୍ଷିଛି । ନିର୍ବାଚନ ମଇଦାନରେ ଶକ୍ତି ପ୍ରଦର୍ଶନ ନିହାତି ଆବଶ୍ୟକ । ନିର୍ବାଚନ ପ୍ରଚାରରେ କଂଗ୍ରେସକୁ ସମସ୍ତ ପ୍ରକାର ବାହୁବଳ ଓ ଶକ୍ତି ବଳ ଲଗାଇ କ୍ୟାମ୍ପେନକୁ ଗତିଶୀଳ କରିବାର ଥିଲା । ଗୋଆ ଓ ଉତ୍ତରାଖଣ୍ଡ ଭଳି ଗୁଜୁରାଟରେ କଂଗ୍ରେସର ଦୁର୍ବଳତାର ଫାଇଦା ଉଠାଇ ନେଲା ଆମ୍ ଆଦମୀ ପାର୍ଟି (ଆପ୍‌) ।
ଯେଉଁଠି ବିଜେପିର ଗଡ ନାହିଁ ସେଠି କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ଜିତିବ । ଗୁଜୁରାଟ ହିମାଚଳ ପ୍ରଦେଶ ଓ ଦିଲ୍ଲୀ ଏମ୍‌ସିଡି ତିନୋଟି ଜାଗାରେ ବିଜେପିର ଶାସନ ଚାଲଇଥିଲା ବେଳେ ୨ଟି ରେ ହାରିଗଲା ଯାହା ଦଳ ପାଇଁ ଶକ୍ତ ଝଟକା ।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଶାସନରେ ଥିଲା ବେଳେ ଏମ୍‌ସିଡି ନିର୍ବାଚନ ଜିତିବା ଆପ୍ ପାଇଁ ବଡ଼ କଥା ନଥିଲା ।

Related Posts

Seo wordpress plugin by www.seowizard.org.