Odisha News

ଦୁଇ ଫେରାର ଆସାମୀ ୱାରେଣ୍ଟି ବଳରେ ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା ,୨୪/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ପୁଲିସ ମଙ୍ଗଳବାର ଦୁଇ ଜଣ ଫେରାର ଆସାମୀକୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଦୁର୍ଗାପଙ୍ଗା ଗ୍ରାମର ନରସିଂହ ବଣିଆ ଜିଆର କେଶ ନଂ.୨୧୪/୦୮ ପ୍ରକାରେ ଏବଂ ସୁବର୍ଣ୍ଣଗିରି ଗ୍ରାମର ଆନନ୍ଦ ଚନ୍ଦ୍ର ବେରୁକ ଓରଫ ଟୁନା କେଶ ନଂ.୩୭/୧୪ ପ୍ରକାରେ ବୈବାହିକ ଜୀବନରେ ଗଣ୍ଡଗୋଳ ମାମଲା ରେ ସମ୍ପୃକ୍ତି ରହି ଦୀର୍ଘ ଦିନ ହେଲା କୋର୍ଟ ରେ ହଜାର ନହୋଇ ଫେରାର ରହିଥିଲେ ।
କୌଣସି ସୂତ୍ରରୁ ଖବର ପାଇ ଏହି ଦୁଇ ଜଣକୁ କୋଟଗଡ ପୁଲିସ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ରାଉଳ ପ୍ରକାଶ କରିଛନ୍ତି ।

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି
ବାଲିଗୁଡ଼ା,୨୪/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀ କୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ମଙ୍ଗଳବାର ତିନିଦିନ ବିତିଥିବା ବେଳେ ପୁଲିସ ର ହାତ ଖାଲି ରହିଛି.।
ପ୍ରଶାନ୍ତ କୁ ଶନିବାର ରାତିରେ ନିର୍ମାଣ କୋଠା କୁ ଡାକି ମୁହଁ, ବେକ ଓ ନାକକୁ ଧାରୁଆ କାତିରେ ହଣାଯାଇ ବେକରେ ଶାବଳ ଭୁସି ହତ୍ୟା କରିଦିଆଯାଇଥିଲା ଏହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।
ବାଲିଗୁଡା ସହର ମଧ୍ୟରେ ଏଭଳି ବିବତ୍ସ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବଧ କରିଦେଇଥିଲା । ଏହି ଘଟଣା ରେ ବାଲିଗୁଡ଼ା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ତଦନ୍ତ ଭାର ନେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ତେବେ ପ୍ରଶାନ୍ତଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ଏନେଇ ଘଟଣା ର ତିନି ଦିନ ବିତିଥିବା ବେଳେ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ।
ପୂର୍ବ ଶତ୍ରୁତା କିମ୍ବା ବଚସାରୁ ତାଙ୍କୁ ଏଭଳି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥାଇପାରେ ବୋଲି ପାରିପାର୍ଶ୍ଵକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ କହିଥିଲା । ଏ ସମ୍ପର୍କ ରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ଯେ, ତଦନ୍ତ ଚାଲିଛି, ଏହି ଘଟଣା ରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ ।

Related Posts

Seo wordpress plugin by www.seowizard.org.