Odisha News

ଦିନ ସାଢେ ୨ଟା ସୁଦ୍ଧା ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର,୨୪/୪: ରାଜ୍ୟବାସୀଙ୍କୁ ଆଜି ବି ତାତିରୁ ତ୍ରାହି ମିଳି ନାହିଁ। ପ୍ରବଳ ଖରାକୁ ତତଲା ଝାଞ୍ଜିରେ ଓଡ଼ିଶାବାସୀ ସିଝିଛନ୍ତି। ଦିନ ୨ଟା ୩୦ରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର।
ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ। ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୦.୧, ହୀରାକୁଦରେ ୩୯.୨, କେନ୍ଦୁଝରରେ ୩୮.୪, ଗୋପାଳପୁରରେ ୩୫.୪ ପୁରୀରେ ୩୫.୨ ଓ ପାରାଦ୍ୱୀପରେ ୩୪.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ସାରା ଓଡ଼ିଶା ଜଳିବ। ପାଣିପାଗ ବିଭାଗ ଏଥି ପାଇଁ ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି।

Related Posts

Seo wordpress plugin by www.seowizard.org.