Sports News

ଥମାସ୍ କପ୍‌ରେ ଇତିହାସ ରଚିଲା ଭାରତ: ଭାରତୀୟ ଦଳକୁ ଏକ କୋଟି ଟଙ୍କା ପୁରସ୍କାର

ବ୍ୟାଙ୍କକ୍,୧୬/୫: ବିଶ୍ବ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର‌୍ୟ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲ୍ରେ ଗତ ଥରର ଚାମ୍ପିଅନ୍ ତଥା ୧୪ ଥର ଟ୍ରଫି ବିଜେତା ଇଣ୍ଡୋନେସିଆକୁ ଭାରତୀୟ ଦଳ ସିଧାସଳଖ ୩-୦ରେ ପରାସ୍ତ କରି ନୂଆ ଶିଖର ଛୁଇଁଛି। ଏହି ବିରଳ ସଫଳତା ଲାଗି ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ଭାରତୀୟ ଦଳ ଲାଗି ସ୍ବତନ୍ତ୍ର ରୂପେ ଏକ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।
ଦୀର୍ଘ ୪୩ ବର୍ଷ ପରେ ସେମିଫାଇନାଲ୍ ଖେଳିଥିବା ଭାରତୀୟ ଦଳ ଫାଇନାଲ୍କୁ ଉଠି ନୂଆ ଫର୍ଦ ଯୋଡ଼ିଥିଲା। ରବିବାର ଦିନ ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତଙ୍କ ସହ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଚମକପ୍ରଦ ବିଜୟ ହିଁ ଭାରତକୁ ଏହି ଅପ୍ରତ୍ୟାଶିତ ବିଜୟ ଦେଇଛି। ଭାରତୀୟ କ୍ରୀଡ଼ାପ୍ରେମୀମାନେ ଏହି ବିଜୟକୁ ୧୯୮୩ କ୍ରିକେଟ୍ ବିଶ୍ବକପ୍ ବିଜୟ, ୨୦୦୮ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରାଙ୍କ ସ୍ବର୍ଣ୍ଣ ପଦକ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସର ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣିମ ଜାଭଲିନ୍ ସଫଳତା ସହ ତୁଳନା କରିଛନ୍ତି। ଥମାସ କପ୍ର ୭୩ ବର୍ଷ ଇତିହାସରେ ଭାରତ ମାତ୍ର ଷଷ୍ଠ ଦେଶ ଭାବେ ବିଜେତା ହୋଇଛି।

Related Posts

Seo wordpress plugin by www.seowizard.org.