Odisha News

ତୃତୀୟା ତିଥିରେ ବୁଟୁପାଲିରେ ଧୁମଧାମରେ ପାଳିତ ହେଲା ରଥଯାତ୍ରା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୭: ବୌଦ୍ଧରେ ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଥିବା ବେଳେ ଜିଲ୍ଲାରେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଜିଲ୍ଲାରେ ବହୁ ସ୍ଥାନରେ ଦ୍ୱିତୀୟା ତିଥିରେ ପାରମ୍ପରିକ ରିତିତୀତି ଅନୁଯାୟୀ ରଥଯାତ୍ରା ପାଳିତ ହୋଇଥିବା ଆସୁଥିବା ବେଳେ ଜିଲ୍ଲାରେ କିଛି ସ୍ଥାନରେ ତୃତୀୟା ସ୍ଥିତରେ ମଧ୍ୟ ରଥଯାତ୍ରା ପାଳିତ ହୋଇଛି ।
ଲୋକ କଥା ଅନୁଯାଇ ବୌଦ୍ଧ ରାଜାଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ରଥଯାତ୍ରାରେ ସେ ସମୟରେ ସମସ୍ତେ ସାମିଲ ହୋଇଥାନ୍ତି । ପରେ ପରଦିନ ଅର୍ଥାତ ତୃତୀୟା ତିଥିରେ ନିଜ ନିଜର ଗ୍ରାମ ଜଗନ୍ନାଥ ମନ୍ଦିର ଗୁଡିକରେ ରଥଯାତ୍ରା ପାଳନ କରିଥାନ୍ତି ଯାହା ଆଜିବି ପାଳନ ହୋଇ ଆସୁଛି ।
ବୌଦ୍ଧ ରଥଯାତ୍ରାର ଗୁରୁତ୍ୱ ବୃଦ୍ଧି ସକାଶେ ରାଜାଙ୍କ ନିର୍ଦ୍ଦେଶକ୍ରମେ କେଉଁ ଆବାହମାନ କାଳରୁ ପ୍ରଚଳିତ ପ୍ରଥା ପ୍ରକାରେ ଏହା ପାଳିତ ହୋଇଆସୁଅଛି ସେହିପରି ବୌଦ୍ଧବିଜ୍ଞାପିତ ଅଞ୍ଚଳର ପରିଷଦର ବୁଟୁପାଲି ଠାରେ ମଧ୍ୟ ତୃତୀୟା ତିଥିରେ ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଥିବା ବେଳେ ନାରାୟଣ ନଗର, ସାହାଜପାଲ, ବାଉଁଶୁଣୀ , କରଂଜକଟା ଆଦି ଗ୍ରାମରେ ପାଳିତ ହୋଇଥିବା ବେଳେ ପାତାଳିଶ୍ରୀ କ୍ଷେତ୍ର ନାଏକପଡା ଗୁମ୍ପା ଠାରେ ମଧ୍ୟ ରଥଯାତ୍ରା ଧୁମଧାମରେ ପାଳିତ ହୋଇଛି । ।
ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିର ଗୁଡିକରେ ସକାଳ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ମନ୍ଦିରରୁ ବାହାରକୁ ଅଣାଯିବା ପରେ ଧାଡି ପହଣ୍ଡି କରାଯାଇଥିଲା । ବ୍ରାହ୍ମଣମାନେ ତିନି ଠାକୁରଙ୍କୁ ପହଣ୍ଡି କରିଥିବାବେଳେ ପହଣ୍ଡି ବେଳେ ସଂକୀର୍ତନ ଦଳ ମହା ଆଡମ୍ବରରେ ଶ୍ରୀଜିଉଙ୍କୁ ରଥରେ ରଥାରୁଢ କରାଯାଇଥିଲା । । ପରମ୍ପରା ପ୍ରକାରେ ନବଜାତ ଶିଶୁମାନଙ୍କ ରଥ ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମସ୍ତ ସ୍ଥାନରେ ଅପରାହ୍ନରେ ରଥଟଣା ହୋଇଛି ।
ବୁଟୁପାଲି ଠାରେ ସନ୍ଧ୍ୟା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଫରେଷ୍ଟ ଚେକ ଗେଟ ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ଯାଇଥିଲା । ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଏବଂ ରଥ ଟାଣିବାକୁ ବହୁ ସଂଖ୍ୟାରେ ଭକ୍ତଙ୍କ ଗହଳି ହୋଇଥିଲା । । ଗହଳିକୁ ଦୃଷ୍ଟିରେ ରଖି ସମସ୍ତ ସ୍ଥାନରେ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ପୁଲିସ ଭାବେ ମୃତୟନ କରାଯାଇଥିଲା ।
ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୮୨ କେଜି ଗଂଜେଇ ସହ କାର ଜବତ , ଦୁଇ ଗିରଫ
ବୌଦ୍ଧ,୪/୭: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ-କିଆକଟା ବ୍ରିଜଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇ ୮୨ କିଲୋ ଗଂଜେଇ ସହ କାରକୁ ଜବତ କରିଥିବା ବେଳେ ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ଦୁଇଜଣକୁ ଗିରଫ କରିଥିବା ଜଣାପଡିଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ, ପବିତ୍ର ରଥଯାତ୍ରା ଥିବା ଯୋଗୁଁ ସାରା ଜିଲ୍ଲାରେ ଜନଗହଳି ହୋଇ ଉଠିଥିବା ବେଳେ ଏହାର ସୁଯୋଗ ନେଇ ଗଂଜେଇ ମାଫିଆ ମାନେ ଗଂଜେଇ ଚାଲାଣ କରୁଥିବା ସମୟରେ ବୌଦ୍ଧ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବୌଦ୍ଧ ସହରର ମହାନଦୀ ବ୍ରିଜ ଛକ ଠାରେ ସକାଳେ ଜଗି ରହିଥିଲେ । ଏହି ସମୟରେ ଏକ ସ୍କୋଡା କାର ( ଡ୍ଳୃୁବି -୦୬-ବି – ୩୨୨୨) ଆସିବା ପରେ ସନ୍ଦେହରେ ଅଟକାଇଥିଲେ ।
କାର ଭିତରକୁ ୮୨ କେଜି ଗଂଜେଇ ଜବତ କରିବା ସହ କାରକୁ ଜବତ କରିଥିଲେ । କାର ଭିତରେ ଅନୁଗୋଳ ଜିଲ୍ଲାର ବାପୁନ ପ୍ରଧାନ ( ୨୪) ଓ ଶ୍ରୀମନ୍ତ ନାଏକଙ୍କୁ ମଧ୍ୟ ଗିରଫ କରିଥିଲେ । ଏନେଇ ଏକ ମାମଲା ରୁଜ କରି ଦୁଇ ଅଭିଯୁକ୍ତଙ୍କୂ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଇନସିପେକଟର ସ୍ପନ୍ଦନ ମହାନ୍ତି ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.