Odisha News

ତାଲିବାନର କ୍ରୁର ଶାସନ: ମହିଳା ଟିଭି ଆଙ୍କରଙ୍କୁ ମୁହ ଘୋଡାଇବାକୁ ବଧ୍ୟ କରାଯାଉଛି

ନୂଆଦିଲ୍ଲୀ,୨୨/୫: ପଦାକୁ ଆସିଲା ତାଲିବାନର କ୍ରୁର ଶାସନ । ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପ୍ରଥମେ ମହିଳାଙ୍କୁ ଅଧିକାର ଦେବା କଥା କହିଥିଲା ତାଲିବାନ। କିନ୍ତୁ ତାଲିବାନର ଏହି କଥାକୁ କେହି ବିଶ୍ୱାସ କରିପାରିନଥିଲେ । ଆଫଗାନିସ୍ତାନରେ ତାଲିବାନ ଶାସନ ଭାର ସମ୍ଭାଳିବାର କିଛି ବର୍ଷ ନହଉଣୁ ତାର ପ୍ରକୃତ ଋପ ଦେଖାଇଛି ।
ତାଲିବାନ ମହିଳାଙ୍କ ବିରୁଦ୍ଧରେ ନିଜର କ୍ରୁର ଶାସନ ପ୍ରଣାଳୀ ପୁଣି ଥରେ ଲାଗୁ କରିପାରେ ବୋଲି ସମସ୍ତେ ଅନୁମାନ କରିଥିଲେ। ଏବେ ତାହା ସତ ପ୍ରମାଣିତ ହେବାକୁ ଯାଉଛି। ତାଲିବାନ ଘୋଷଣା କରିଛି କୌଣସି ମହିଳା ନିଜ ପୂରା ଶରୀରକୁ ନ ଘୋଡାଇ ସର୍ବସାଧାରଣ ସ୍ଥାନକୁ ଯାଇପାରିବ ନାହିଁ। ଏହି ନିର୍ଦ୍ଦେଶକୁ ଅଫଗାନିସ୍ତାର ମହିଳାମାନେ ମାନି ନେଇଥିଲେ, କିନ୍ତୁ ଟିଭି ଚ୍ୟାନେଲରେ କାମ କରୁଥିବା ମହିଳା ଆଙ୍କରମାନେ ଶନିବାର ଯାଏଁ ଏହି ନିର୍ଦ୍ଦେଶକୁ ମାନିବାକୁ ମନା କରି ଦେଇଥିଲେ। କିନ୍ତୁ ରବିବାର ଏହି ମହିଳା ଆଙ୍କରମାନେ ଏହା ମାନିବାକୁ ବାଧ୍ୟ ହୋଇଛନ୍ତି ଏବଂ ନିଜର ପୂରା ଶରୀରକୁ ଘୋଡାଇ ନ୍ୟୁଜ୍ ପଢିଛନ୍ତି। ଆଫଗାନିସ୍ତାନର ପ୍ରମୁଖ ନ୍ୟୁଜ ଚ୍ୟାନେଲର ମହିଳା ଆଙ୍କରମାନେ ନିଜ ମୁହଁକୁ ଘୋଡାଇ ରଖିଥିଲେ। ତେବେ ଏପରି କରିବା ପାଇଁ ବାଧ୍ୟ କରାଯାଇଥିବା ସେମାନେ କହିଛନ୍ତି।
ଶନିବାର ମହିଳା ଆଙ୍କରମାନେ ତାଲିବାନର ଏହି ନିର୍ଦ୍ଦେଶକୁ ବିରୋଧ କରିଥିଲେ ଏବଂ କେବଳ ହିଜାବ ପିନ୍ଧି ନ୍ୟୁଜ୍ ପଢିଥିଲେ। କିନ୍ତୁ ରବିବାର ପୂରା ଶରୀରକୁ ଢାଙ୍କି ଆଙ୍କରମାନେ ନ୍ୟୁଜ୍ ପଢିଥିଲେ। ସେମାନଙ୍କ ଆଖି କେବଳ ଖୋଲା ରହିଥିଲା। ଟୋଲା ନ୍ୟୁଜର ଆଙ୍କର ସୋନିଆ ନିଆଜୀ ଏଏଫପିକୁ ପ୍ରତିକ୍ରିୟା ଦେଇ କହିଥିଲେ, ଆମେ ଏହାର ବିରୋଧ କରୁଛୁ। ଏପରି କରିବା ପାଇଁ ଆମକୁ ବାଧ୍ୟ କରାଯାଉଛି। ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ ଚାପ ପକାଯାଉଛି। ଯଦି କିଏ ଏପରି କରିବା ନାହିଁ ସେମାନଙ୍କୁ ବାହାର କରାଯିବ ବୋଲି କୁହାଯାଇଛି। ଟୋଲା ନ୍ୟୁଜ୍ ପୂରା ଚେହେରା ଘୋଡାଇବାକୁ ବାଧ୍ୟ କରିଛି।

Related Posts

Seo wordpress plugin by www.seowizard.org.