Odisha News

ଡାହୁକା ନଦୀ କୁଳ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସଦର ପୋଲିସ ର ଚଢ଼ାଉ,୫ ଗିରଫ ୪ ବାଇକ ଜବତ

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୧/୧୦: ନୟାଗଡ଼ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ଡାହୁକା ନଦୀ କୁଳ ବାଉଁଶ ତୋଟା ରୁ ପାଞ୍ଚ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ସାତ ହଜାର ଟଙ୍କା,୫୧ଟି ତାସ ପତା ଏବଂ ଚାରୋଟି ମୋଟର ସାଇକେଲ ଜବତ କରିଛି ସଦର ଥାନା ପୁଲିସ !ସୂଚନା ଅନୁସାରେ ଡାହୁକା ନଦୀ କୁଳ ରେ ଥିବା ଏକ ବାଉଁଶ ତୋଟା ରେ ଜୁଆ ଖେଳ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଆଜି ସଦର ଥାନା ପୋଲିସ ଚଢ଼ାଉ କରି ରାଉତରାପୁର ଗ୍ରାମ ର ପ୍ରଭାତ ଦାସ, ଯଦୁପୁର ଗ୍ରାମ ର ବୈକୁଣ୍ଠ ସ୍ବାଇଁ ସନ୍ତୋଷ କୁମାର ପାତ୍ର ବୋଦାପଡା ଗ୍ରାମ ର ମହନ୍ତ ଷଣ୍ଢ, ରଞ୍ଜିତ ଭୂଇୟା ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଜଣ ଚମ୍ପଟ ମାରି ଖସି ପଳାଇ ଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.