Odisha News

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ ପଡ଼ିଥିଲେ କଲେଜ ଛାତ୍ରୀ

କଟକ,୩/୧: ସାଲେପୁରରେ ଅଭାବନୀୟ ଘଟଣା ଘଟିଛି। ହାତଗୋଡ଼ ବନ୍ଧା ଅବସ୍ଥାରେ ଆଜି ଜଣେ କଲେଜ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ସ୍ଥାନୀୟ ଲୋକେ ଚେତାଶୂନ୍ୟ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଛାତ୍ରୀ ଜଣକ ପଥପ୍ରାନ୍ତ ପରିମଳ ଗୃହ ଭିତରେ ପଡ଼ିଥିଲେ। ତାଙ୍କୁ ଏବେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ହାତଗୋଡ଼ ବନ୍ଧି ଦେଇଥିବା ସଂଦେହ ହେଉଛି। ସେ ଚେତାଶୂନ୍ୟ ଅବସ୍ଥାରେ ଏକ ପଥପ୍ରାନ୍ତ ପରିମଳ ଗୃହରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରିଥିଲେ। କୁହାଯାଉଛି ଯେ, ପୀଡିତା ସାଲେପୁର ସ୍ବୟଂଶାସିତ କଲେଜ ଛାତ୍ରୀ। ତାଙ୍କୁ କେହି ଦୁର୍ବୃତ୍ତ ଓଢ଼ଣୀରେ ହାତଗୋଡ଼ ବାନ୍ଧି ଦେଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ଏକ ପରିମଳ ଗୃହରେ ପଡିରହିବା ଦେଖି କିଛି କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ସାଲେପୁର ପୁଲିସକୁ ଖବର ଦେବା ସହ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଛି।ଭଚ୍ଚ
ତେବେ କିଏ କଣ ପାଇଁ ନାବାଳିକା ଝିଅଟିର ହାତଗୋଡ଼ ବାନ୍ଧି ରାସ୍ତା ପାଖ ଆବର୍ଜନା ଗୃହରେ ପକାଇ ପଳାଇଗଲା ତାହା ଜଣାପଡିନି। ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ପୀଡିତାର ପରିବାର ପକ୍ଷରୁ କୌଣସି ଏତଲା ହୋଇନାହିଁ।

Related Posts

Seo wordpress plugin by www.seowizard.org.