Odisha News

ଗଜପତି: “ନିୟତି”ର ବାର୍ଷିକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୪: ପାରଳଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଏଜୁକେସନ ସେଣ୍ଟରର ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନ “ନିୟତି”ର ବାର୍ଷିକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ଅନୁଷ୍ଠାନର ସଭାପତି ଡ: ଅଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭିନ୍ନକ୍ଷମ ପିଲାଙ୍କ ସର୍ବାଙ୍ଗୀନ ଉନ୍ନତି ଓ ସେବା ସହ ସେମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଂକଳ୍ପ ନେଇଥିଲେ ।
ଏହି ଅବସରରେ ଆସନ୍ତା ଦୁଇ ବର୍ଷ ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସଭାପତି ଭାବେ ଡ଼: ଅଜୟ କୁମାର ତ୍ରିପାଠୀ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଭାପତି ଭାବେ ଶ୍ରୀ ହରିମୋହନ ମୋହନ ପଟନାୟକ , ଉପସଭାପତି ଭାବେ ୨ଜଣ ଶ୍ରୀ ପ୍ରମୋଦ କୁମାର ନାୟକ ଓ ଶ୍ରୀ ଯେମସ ରାଇକା , ସମ୍ପାଦିକା– ଶ୍ରୀମତୀ ତନୁଜା ଶତପଥି , ସହସମ୍ପାଦକ ଶ୍ରୀ ଅଜିତ୍ କୁମାର ପଟନାୟକ , କୋଷାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ ।
ସେହିଭଳି ଅନୁଷ୍ଠାନର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ଅରୁଣ କୁମାର ପଟନାୟକ , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ଶ୍ରୀ ଦିଲେଶ୍ଵର ରାଓ , ଶ୍ରୀ ମଳିକାର୍ଜୁନ ପଟନାୟକ , ସ୍ଵାଗତିକା ପାଢ଼ୀ , ଶ୍ରୀ ମନୋଜ ପଟନାୟକ , ଶ୍ରୀ ସୁରେଶ ମହାଙ୍କୁଡ଼ , ଶ୍ରୀ ରାଜେନ୍ଦ୍ର ସାହୁ , ଶ୍ରୀ ଅଶ୍ଵିନୀ ନାୟକ , ଶ୍ରୀ ସୂର‌୍ୟ୍ୟ ନାରାୟଣ ପାଣିଗ୍ରାହୀ , ଶ୍ରୀ ରାମ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମନୋନୀତ ହୋଇଛନ୍ତି ।
ଅନୁଷ୍ଠାନର ଉପଦେଷ୍ଟା ଭାବେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଭାରତଭୂଷଣ ମହାନ୍ତି ଓ ଶ୍ରୀ ସୁଭାଷ ଚନ୍ଦ୍ର ପଣ୍ଡା ରହିଛନ୍ତି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନ ର ପ୍ରାକ୍ତନ ସମ୍ପାଦକ ଉଇପାସ ଥହିଟ ଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.