Odisha News

ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା

ନିଶ୍ଚିନ୍ତକୋଇଲି,୨୭/୧: କଟକ-କେନ୍ଦ୍ରପଡ଼ା ରାସ୍ତାର କଟିକଟା ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟର ଖବର ମିଳିଛି। ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଥିବା କ୍ରୀଷ୍ଣା ଜୁଏଲର୍ସରୁ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଓ ରୁପା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ଏନେଇଥାନାରେ ଲିଖିତ ଅଭିଯୋଗ କରିଛନ୍ତି କ୍ରୀଷ୍ଣା ଜୁଏଲର୍ସର ମାଲିକ ସତ୍ୟଜିତ ସାହୁ।ଅଭିଯୋଗ ଅନୁଯାୟୀ ରାତି ୧ଟା ୧୫ରୁ ୨ଟା ୧୫ ଭିତରେ ପ୍ରାୟ ୭/୮ ଜଣ ଦୁର୍ବୃତ୍ତ କ୍ରୀଷ୍ଣା ଜୁଏଲର୍ସର ସଟର ଭାଙ୍ଗି ଓ ଗ୍ରିଲ୍ ତାଡ଼ି ନଗଦ ୮୨ ହଜାର ଟଙ୍କା, ୧୨ କେଜି ରୁପା ଓ ୧୨୦ ଗ୍ରାମ୍ ସୁନା ଲୁଟି ନେଇଛନ୍ତି। ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Related Posts

Seo wordpress plugin by www.seowizard.org.