Odisha News

ଜିଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଉସୀମା ସଭାଗୃହ ଠାରେ ଉଦଯାପିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୦: ବୌଦ୍ଧ ଜିଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଉସୀମା ସଭାଗୃହ ଠାରେ ଉଦଯାପିତ ହୋଇଛି କ୍ଷ
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗଦେଇଥିଲେ ।
ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର , ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଆର ସି ହେମ୍ରମ ଯୋଗଦେଇଥିଲେ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲାରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନ ରଥ ଶୁଭାରମ୍ଭ ହୋଇଥିଲା ।
ସଚେତନ ରଥ ଜିଲ୍ଲାର ବିଭିନ୍ନ ଗ୍ରାମ, ଜନ ଗହଳି ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିଥିଲା । ଆୟୋଜିତ କାର‌୍ୟ୍ୟକ୍ରମରେ ବରିଷ୍ଠ ନାଗରିକ , ମହିଳା, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।
ବୌଦ୍ଧ ଆଇଆରବି ପଂଚମ ବାଟାଲିଅନ ପରିସରରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ
ବୌଦ୍ଧ,୧୫/୧୦ : ବୌଦ୍ଧ ଆଇଆରବି ପଂଚମ ବାଟାଲିଅନ ପରିସରରେ ନୂଆଖାଇ ଭେଟଘାଟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ଦୁର୍ବାସା ନାୟକ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସବିତା ନାୟକ ଯୋଗଦେଇଥିଲେ ।
ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଵଲନ କରି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥିଭାବେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲଳିତ କୁମାର ମେହେର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ , ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ରଦ୍ଧାକର ଧାରୁଆ ପ୍ରମୁଖ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ କ୍ଷ ଏହି ଅବସରରେ ମୁଖ୍ୟଅତିଥି ସୁନାମଧନ୍ୟ କଳାକାର ଓ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମ ରେ IRB ଯବାନଙ୍କ ସମତେ ଅନ୍ୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକୁ ଦେଖିଥିଲେ ।

Related Posts

Seo wordpress plugin by www.seowizard.org.