Odisha News

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେଇଥିବା ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଦୁଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୦ : ନୁଆଦିଲୀ ଗୁରଗାଁଓ ଠାରେ ଅନୁଷ୍ଠିତ ହୋଇଥିବା ୫୧ ତମ କେନ୍ଦ୍ରୀୟ ବିଦ୍ୟାଳୟ ସ୍ତରୀୟ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଓଡିଶା ପକ୍ଷରୁ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ , ଏଥିରେ ୧୭ ବର୍ଷରୁ କମ ବାଳିକା ବିଭାଗରେ କ୍ରିଷ୍ଣାମୟୀ ମହାଖୁଡ ଅଂଶ୍ରଗ୍ରହଣ କରି ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟସ୍ତରରେ ୪ ନମ୍ବର ରେଙ୍କ ହାସଲ କରିଥିଲେ, ସେହିପରି ୧୭ ବର୍ଷ କମ ବାଳକ ବିଭାଗରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସୁରଜ କୁମାର ମେହେର ସର୍ବଭାରତୀୟସ୍ତରରେ ଦ୍ୱିତିୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଥିବା ଜଣାଯାଇଛି, ଉଭୟ ଖେଳାଳୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସତ୍ୟ ରଞ୍ଜନ ସାହୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି, ଏହି ଅବସରରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର.ଜିଲ୍ଲା କ୍ରିଡାସଂଘର ସଂପାଦକ ରବିନ୍ଦ୍ର କୁମାର ରାଉତ,ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲ୍ଲା ତୀରନ୍ଦାଜୀ ସଂଘର ସଭାପତି ସୂର‌୍ୟ୍ୟକାନ୍ତ ଦଳବେହେରା,ସଂପାଦକ ଅର୍ଜୁନ କହଁରଙ୍କ ସମେତ ପ୍ରଶିକ୍ଷକ ସୁଧାନ୍ୟ ପ୍ରଧାନ ଓ ଉଭୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ଉପସ୍ଥିତ ଥିଲେ, ଏହି ସଫଳତା ପାଇଁ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ, ଶିକ୍ଷକ ମନୋଜ ପଶାୟତ, ଶିକ୍ଷୟିତ୍ରୀ ଶାନ୍ତି ଭୋଇଙ୍କ ସମେତ ଛାତ୍ରଛାତ୍ରୀମାନେ ଅଭିନନ୍ଦନ ଜଣାଇଥିଲେ, ଉଭୟ ପ୍ରତିଯୋଗିଙ୍କୁ ତୀରନ୍ଦାଜ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଓ ସୁଧାନ୍ୟ ପ୍ରଧାନ ପ୍ରଶିକ୍ଷଣ ଦେଉଥିଲେ ।
ନାବାଳିକାକୁ ଅସଦାଚରଣ ମାମଲା , ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୈାଦ୍ଧ,୨୯/୧୦: ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜ ଗୁରୁବାର ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ବୌଦ୍ଧ ସହରର ନୁଆସାହିର ଅଭିଯୁକ୍ତ ପିଣ୍ଟୁ ଦେହୁରୀ ଗତ ୧୩.୧.୨୦୧୫ରିଖରେ ସାହିର ଜୈନିକ ନାବାଳିକାକୁ ଭଲ ପାଇଆସୁଥିଲେ । ବିବାହ କରିବାକୁ ଜିଦ କରିଆସୁଥିଲା । କିନ୍ତୁ ନାବାଳିକାର ପରିବାର ଏଥିରେ ରାଜି ନଥିବାରୁ ଅଭିଯୁକ୍ତ ଜଣକ ନାବାଳିକାକୁ ବିବାହ କରିବାକୁ କହି ବମ୍ବେ ନେଇ ପଳାଇଥିଲା । ବମ୍ବେରେ ରହିବା ଭିତରେ ଅଭିଯୁକ୍ତକୁ ଜଣକ ନାବାଳିକା ସହ ଯୋର ଜବରଦସ୍ତ ଅସଦାଚରଣ କରିଥିବା ନେଇ ନାବାଳିକା ଜଣକ ଅଭିଯୋଗ କରିବା ସହ ବାପା ଘରୁ ଟଙ୍କା ଆଣିବାକୁ ଧମକ ଦେଇଆସୁଥିବା ନାବାଳିକା ଅଭିଯୋଗ କରିଥିଲା ।ଏନେଇ ନାବାଳିକା ଜଣକ ନିଜର ପରବାର ଲୋକଙ୍କୁ କହିବା ସହ ଗତ ୨୪.୨.୨୦୧୫ ରିଖରେ ସମ୍ବଲପୁର ଆସି ବୌଦ୍ଧ ପଲାଇଆସିଥିଲା । ଏପେଟ ନାବାଳିକାଝିଅକୁ ଅଭିଯୁକ୍ତ ଜଣକ ମିଥ୍ୟା ପ୍ରଲୋଭନ ଦେଖାଇ ନେଇଯାଇଥିବା ନେଇ ନାବାଳିକାର ବାପା ଗତ ୧୮.୧.୨୦୧୫ ରିଖରେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବୌଦ୍ଧ ପୁଲିସ ଥାନା କେସନଂ ୧୩/୧୫ ରେ ଏକ ମାମଲାରୁଜ କରି ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲ୍ଲାଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ୧୦/୧୫ ହୋଇବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାକୁ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ପ୍ରିତମ ମିଶ୍ର ପରିଚାଳନା କରୁଥିଲେ ।
ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ
ହରଭଙ୍ଗା ୨୭/୧୦: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩)କରଞ୍ଜକଟା କୁ କୋଣସୀ କାମରେ ଆସି ନିଜ ଗ୍ରାମକୁ ଫେରିଥିବା ସମୟରେ ଗୁରୁବାର ଦିନ ସାଢ଼େ ୧ ସମୟରେ ଲୁକାପଡ଼ା ଛକ ଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ।
ଏଥିରେ ସାନୁଜ ଗୁରୁତର ହୋଇଥିଲେ ।ଖବର ପାଇ ଚାରିଛକ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ସେଠି ଡାକ୍ତର ସାନୁଜ କୁ ମୃତ ଘୋଷଣା କରିଥିଲେ ।ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସବ ଜବତ କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.