Odisha News

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୩ : ଜାତିର ଜନକ ମାହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ସ୍ମୃତି ଦିବସ ଅବସରରେ ଅନ୍ୟ ତା.୨୩.୩.୨୦୨୨ରିଖ (ବୁଧବାର) ସକାଳ ୯ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ଏବଂ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଯାଇଛି ।
ଏହି ଦିବସର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ , ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା , ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ, ଯୁଧିଷ୍ଠିର ପ୍ରଧାନୀ , ସଂଗ୍ରହାଳୟ କର୍ମଚାରୀ ଜିତେନ୍ଦ୍ର କୁମାର ମହାନି ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ଳକ କଳା ସାଂସ୍କୃତିକ ସଙ୍ଘ ,ବୌଦ୍ଧର ଉପସଭାପତି ସ୍ୱାଧୀନ କୁମାର ପରିଡ଼ା ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.