Odisha News

ଚୁଡାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧: ୦୫/୦୧/୨୦୨୪ ରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୁଡାନ୍ତ ଭୋଟର ତାଲିକା -୨୦୨୪ ପ୍ରକାଶିତ ହୋଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା – ଜିଲ୍ଲାପାଳ, ବୌଦ୍ଧ ଏହି ସଭାରେ ଅଧକ୍ଷତା କରିଥିଲେ ।
୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ – ଜିଲ୍ଲାପାଳ, ବୌଦ୍ଧ ଏହି ଚୁଡାନ୍ତ ଭୋଟରତାଲିକାକୁ ପ୍ରକାଶନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ, ଡେପୁଟି କାଲେକ୍ଟର ( ନିର୍ବାଚନ), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଅହି ଭୋଟର ତାଲିକା ପ୍ରକାଶିତ ହୋଇଥିଲା । ଉପ – ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅହି ତାଲିକା ପ୍ରକାଶନ କରାଯାଇଛି । ଜିଲ୍ଲା ର ସର୍ବମୋଟ ୪୧୧ ଭୋଟ ଗ୍ରହଣ କେନ୍ଦ୍ର ରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଉପସ୍ଥିତ ରହି ଏହି ଚୁଡାନ୍ତ ଭୋଟର ତାଲିକା କୁ ପ୍ରକାଶିତ କରିଛନ୍ତି । ଏହି ଚୁଡାନ୍ତ ଭୋଟର ତାଲିକା ର ଯୋଗ୍ୟତା ତାରିଖ ହେଉଛି ୦୧.୦୧.୨୦୨୪। ଆଜି ପ୍ରକାଶିତ ହୋଇଥିବା ଚୁଡାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲା ର ସର୍ବମୋଟ ଭୋଟର ହେଉଛି ୩,୩୨,୬୯୨ ତନ୍ମଧ୍ୟରୁ ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଭୋଟର ସଂଖ୍ୟା ୧,୬୭,୮୩୮ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ସଂଖ୍ୟା ୧,୬୪,୮୫୪ । ଚିଠା ଭୋଟର ତାଲିକା ଯାହାକି ୨୭.୧୦.୨୦୨୩ ରେ ପ୍ରକାଶିତ ହୋଇଥିଲା , ତାହା ପରେ ବୌଦ୍ଧ ଜିଲ୍ଲାରେ ଆହୁରି ୬୧୬୩ ଜଣ ଭୋଟର ତାଲିକା ଭୁକ୍ତ ହୋଇ ଅଛନ୍ତି । ଯୁବ ଭୋଟର ଏବଂ ମହିଳା ଭୋଟର ପଞ୍ଜୀକରଣ ହାର ମଧ୍ୟ ଉଲ୍ଲେଖନୀୟ ଭାବ ରେ ବୃଦ୍ଧି ପାଇଅଛି । ଜିଲ୍ଲାପାଳ, ବୌଦ୍ଧ ଏହି ଅବସର ରେ ଜିଲ୍ଲାର ଜନସାଧାରଣ, କର୍ମଚାରୀ, ରାଜନୈତିକ ଦଳ ର ପ୍ରତିନିଧି ଏବଂ ଗଣମଧ୍ୟମ ର ପ୍ରତିନିଧି ମାନଙ୍କୁ ସାଧୁ ବାଦ ଜ୍ଞାପନ କରିଥିଲେ।

Related Posts

Seo wordpress plugin by www.seowizard.org.