Odisha News

ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଲାଏଡିଟେକ୍ସନ୍ ରିପୋର୍ଟ, ହତ୍ୟା ନୁହେଁ ସ୍ପଷ୍ଟ କଲେ ଏସପି

ସମ୍ବଲପୁର,୭/୩: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି।
ସେ ଆହୁରି କହିଛନ୍ତି ଯେ ଥାନାରେ ଅଟକ ଚିନ୍ମୟୀ ସାହୁଙ୍କ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କୁ ନୋଟିସ୍ ଦେଇ ଆଜି ଛାଡ଼ି ଦିଆଯିବ। ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ। ସେଥିପାଇଁ ଉଭୟଙ୍କୁ ୭ ଦିନ ଯାଏ ବୁର୍ଲାରେ ରହିବାକୁ ନିର୍ଦେଶ ଦିଆଯାଇଛି।
ତେବେ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟାଇ ପାରିନାହିଁ ପୁଲିସ । ଏହି ଘଟଣାରେ ପ୍ରୀତିମାନ ଓ ମାନସଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଛି। ଆଇଜିଙ୍କ ଉପସ୍ଥିତିରେ ରାତି ଅଧରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିବା ଜଣାପଡ଼ିଛି। କେମିତି ଓ କ’ଣ ଘଟିଥିଲା ସେ ବିଷୟରେ ସେଠାରେ ପୁଲିସକୁ ଡେମୋ ଦେଖାଇଥିଲେ। ସେହିପରି ଏସଡିପିଓଙ୍କ ଅଫିସରେ ପ୍ରୀତିମାନ ଓ ମାନସଙ୍କୁ ମାରାଥନ ଜେରା କରାଯାଇଥିବା ଜଣାଯାଇଛି।ଭଚ୍ଚ
ଏଣେ ପୁଲିସ ତଦନ୍ତ ଉପରେ ସନ୍ତୁଷ୍ଟ ନ ଥିବା କହିଛନ୍ତି ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳି ସାହୁ। ପୁଲିସର ତଦନ୍ତ ଉପରେ ଭରସା ପାଉନି, ବିଶ୍ବାସ ଲାଗୁନି। ପୁଲିସର ତଦନ୍ତ ଏକପାଖିଆ ଲାଗୁଛି। ଦୋଷୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବାଟ ଖୋଲାଯାଉଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୃତ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ବାପା ଡା. ବନମାଳି ସାହୁ ଏଭଳି ଅଭିଯୋଗ ଆଣିଛନ୍ତି। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ମଧ୍ୟ ନ୍ୟାୟ ମିଳିବା ଭଳି ଲାଗୁନାହିଁ ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.