Odisha News

ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଆହତ

ଅନୁଗୁଳ, ୫/୪ : ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଆହତ। ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତ ସ୍ୱାମୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଳଚେର ସନ୍ଥପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, ଇଟା ଭାଟିରେ କାମ ସାରି ନିଜ ଅସ୍ଥାୟୀ କୁଡ଼ିଆରେ ଶୋଇଥିଲେ ସ୍ବାମୀ ଓ ସ୍ତ୍ରୀ । ଶୋଇଥିବା ବେଳେ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଆହତ ସ୍ବାମୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ । ଶନିବାର ରାତିରେ ୩ଟି ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ଆସିଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଁଚି ହାତୀଙ୍କୁ ଘଉଡ଼ାଇ ସହ ତଦନ୍ତ ଜାରି ରଖିଛି।

Related Posts

Seo wordpress plugin by www.seowizard.org.