Odisha News

ସ୍ତ୍ରୀ କୁ ହତ୍ୟା: ସ୍ବାମୀ କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଜୋରିମାନା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ , ୨/୬ : ସ୍ତ୍ରୀ କୁ ହତ୍ୟା କରିଥିବା ମାମଲାର ଶୁଣାଣି କରି ସ୍ବାମୀ କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୋୖଧୁରୀ। ସୂଚନାଯୋଗ୍ୟ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର ଅଜାତି ନାୟକଙ୍କ ପୁଅ ଶ୍ରୀଧର ନାୟକ ନିଜ ସ୍ତ୍ରୀ ସତ୍ୟଭାମା ନାୟକଙ୍କ ଚରିତ୍ର ଉପରେ ସନ୍ଦେହ କରି ଜୀବନରେ ମାରିଦେବା ପାଇଁ ଯୋଜନା କରିଥିଲେ। ସ୍ତ୍ରୀ ସତ୍ୟଭାମା କୁ ଜଙ୍ଗଲ ଭିତରକୁ ନେଇ ସେଠାରେ ହତ୍ୟା କରି ଫିଙ୍ଗି ଦେଇଥିଲେ। ଏସମ୍ପର୍କରେ ସତ୍ୟଭାମା ଙ୍କ ବାପା ବାଇଗୁଣିଆ ଗ୍ରାମର ଶ୍ୟାମସୁନ୍ଦର ନାୟକ ଫତେଗଡ ଥାନା ରେ ଜ୍ବାଇଁ ଶ୍ରୀଧର ନାୟକ ନାମରେ ଏତଲା ଦେଇଥିଲେ। ଫତେଗଡ ଥାନା କେସ ନମ୍ବର ୬୯/୨୦୨୦ ରେ ଆଇପିସି ୩୦୨ ଧାରାରେ ମାମଲା ରୁଜୁ ହୋଇଥିଲା। ୧୮ ଜଣଙ୍କ ସାକ୍ଷୀ ପ୍ରମାଣ କୁ ଭିତ୍ତିକରି ଶ୍ରୀଧର ନାୟକ ଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୋୖଧୁରୀ। ସରକାରୀ ଓକିଲ ବିଷ୍ଣୁ ପ୍ରଶନ୍ନ ମହାପାତ୍ର ଉକ୍ତ ମାମଲାର ପରିଚାଳନା କରିଥିଲେ।

Related Posts

Seo wordpress plugin by www.seowizard.org.