Odisha News

ଗଜପତି: ବ୍ଲକ୍ ସ୍ତରରେ କାର୍ଯ୍ୟରତ ଭିନ୍ନକ୍ଷମ ସଂସ୍ଥାର ସଦସ୍ୟ/ସଦସ୍ୟାଙ୍କ ନିମନ୍ତେ ଲିଙ୍ଗଗତ, ସାମାଜିକ ସୁରକ୍ଷା, ଆର୍ଥିକ ଓ ଷ୍ଟେକ-ହୋଲଡର୍ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ ଶିବିର କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୧୦: ଗଜପତି ଜିଲ୍ଲାର ଏକ ମାତ୍ର ଭିନ୍ନକ୍ଷମ ସଂସ୍ଥା “ସମର୍ଥ” ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସିସିଡି” ର ମିଳିତ ଆନୁକୁଲ୍ୟରେ ଆରସିଏସବି ଏବଂ ସାଇଟ୍ ସେଭର୍ସ ଇଣ୍ଡିଆ ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ ସିସିଡି ସମ୍ମୀଳନୀ ଗୃହ ଠାରେ ଜିଲ୍ଲାସ୍ତରୀୟ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୪୬ ଜଣ ଭିନ୍ନକ୍ଷମ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ସିସିଡି ସଂପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ସିସିଦଡିର କାର୍ଯ୍ୟକ୍ରମ ସମ୍ପର୍କରେ ଗଜପତି ମହିଳା ସମବାୟର ସଂପାଦିକା ଶ୍ରୀମତୀ ଏ: ପଦ୍ମାରାଜ ଆର୍ଥିକ ଅନ୍ତର୍ଭୁକ୍ତ କାରଣ ଉପରେ , “ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକା ତଥା ଆଇନଜିବି ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ନାୟକ ବିଭିନ୍ନ ସାମାଜିକ ଆଇନ ଓ ସୁରକ୍ଷା ସମେତ ସଖୀ ୱାନ ଷ୍ଟପ୍ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ , “ସ୍ୱୟଂ – ଓଡିଶା ଜୀବିକା ମିଶନ୍ର ଜେଣ୍ତର୍ ଇଣ୍ଟର ଭେନସନ୍ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସିବାନୀ ପାଣିଗ୍ରାହୀ ଏବଂ ପରିମଳ ଫାଉନ୍ଡେସନ୍ର ଟିମ୍ ଲିଡର ଶ୍ରୀ ବିଭୂତି ଦଳାଇ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମହିଳାଙ୍କୁ ବିଭନ୍ନ ଲିଙ୍ଗଗତ ସମସ୍ୟା , ଏହାର ଦୂରୀକରଣ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଶ୍ରୀମତୀ ସୁଶୀଳା ମିଶ୍ର ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ ଲିଙ୍ଗଗତ ଭେଦଭାବକୁ କିପରି ଦୂର କରିପାରିବା , ଭିନ୍ନକ୍ଷମ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଲିଙ୍ଗଗତ ସମାନତା ରକ୍ଷା କରିବା , ବିଭିନ୍ନ ସାମାଜିକ ଓ ଆୟପନ୍ଥା କାର୍ଯ୍ୟକ୍ରମରେ ପୁରୁଷ ମାନଙ୍କ ସହ ମିଶି ନିଜର ନିଶ୍ପତି ପ୍ରଦାନ କରିବା , ଆର୍ଥିକ ପରିଚାଳନା କରିବା , ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମମକୁ ପାଇପାରିବା ଓ ଭିନ୍ନକ୍ଷମ ସ୍ୱୟଂ ସହାୟକ ଦଳରେ ପୁରୁଷ ସହ ସମାନ ନିର୍ଣ୍ଣୟ ନେଇପାରିବା ଇତ୍ୟାଦି ଉପରେ ତାଲିମ ଦେଇଥିଲେ ।
ଭିନ୍ନକ୍ଷମ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ସମର୍ଥ ଅଧ୍ୟକ୍ଷ ନିରଞ୍ଜନ ବେହେରା ଓ ସଂପାଦକ ସନ୍ତୋଷ କୁମାର ମହାରଣା ଭିନ୍ନକ୍ଷମ ମହିଳା ମାନଙ୍କୁ ନିମନ୍ତେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଓ ଆରପିଡି ଆଇନ ଉପରେ ଆଲୋକପାତ କରିଥିଲେ ।
ସମର୍ଥ କୋଷାଧ୍ୟକ୍ଷ ପି.ଚିନ୍ନାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସିସିଡି ଓ ସମର୍ଥର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.