Odisha News

ଗଜପତି : ଜିଲ୍ଲା ସ୍ତରୀୟ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି , ୩୦/୪: ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଶନିବାର ଗଜପତି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
: ଆୟୋଜିତ କାର୍ଯ୍ୟକ୍ରମରେ ସିଡିଭିଓ ଡ଼ା: ଗିରିଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଆମର ଜୀବନ ଜୀବିକା ସହିତ ପ୍ରାଣୀ ସମ୍ପଦ ଓତୋପ୍ରୋତଃ ଭାବେ ଜଡିତ ।
ନିରୀହ ପ୍ରାଣୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଜୀବନ ସୁରକ୍ଷା କରିବା ଦିଗରେ ବ୍ରତୀ ରଖିଥିବା ପ୍ରାଣୀ ଚିକିସ୍ୟକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଭୂମିକାର ଜନ ସଚେତନ ସୃଷ୍ଟି କରିବା ଆଜି ଦିବସର ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଯାହାକି ପ୍ରାଣୀ ମାନଙ୍କ ଉନ୍ନତି ମାଧ୍ୟମରେ ଚାଷୀମାନଙ୍କ ଆର୍ଥିକ ଉନ୍ନତି ଦ୍ବିଗୁଣିତ ହୋଇପାରିବ , ଅନ୍ୟ ପକ୍ଷରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ . ।
କାର୍ଯ୍ୟକ୍ରମରେ ଏମଭିୟୁ ଡ଼ା: ଅମିତ ପଟନାୟକ ସଂଯୋଜନା କରିଥିବା ବେଳେ ଏସଡିଭିଓ ଡ଼ା: ରମକାନ୍ତ ରଣା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ , ଏଏସପି ଶ୍ରୀ ବାମଦେବ ସିଂହ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ଫିଵୀ ଭିକ୍ଟୋରିଆ ଖାନ ପ୍ରମୁଖ ମଞ୍ଚଆସୀନ ଅତିଥି ଭାବେ ଯୋଗଦେଇ ପ୍ରାଣୀ ଚିକିତ୍ସା ସେବା ସୁଦୃଢ଼ୀ କରଣର ବିଭିନ୍ନ ଦିଗ ଉପରେ କହିଥିଲେ ।
ଏହି ଅବସରରେ ବିଭାଗ ପକ୍ଷରୁ ଉନ୍ନତ ଚାଷୀ ମାନଙ୍କ ସମ୍ମାନିତ କରି ପୁରସ୍କୃତ କରା ଯାଇଥିବା ବେଳେ କୃତି ପ୍ରାଣୀ ଚିକିତ୍ସକ ମାନଙ୍କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା ।
ଶେଷରେ ବିଭାଗିୟ ଉପ ନିର୍ଦ୍ଦେଶକ ଶ୍ରୀ ବିଧୁତ ଶେଖର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ରାୟଗଡା ବିଭିଓ ଡ଼ା: ପ୍ରଶାନ୍ତ କୁମାର ସାମଲ , ବିଭିଓ ଡ଼ା: ବିରଞ୍ଚି ନାରାୟଣ ମିଶ୍ର ଏବଂ ଡ଼ା: ଅଭିଜିତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.