Odisha News

ଗଜପତି : ପୀଠ ପରିଷଦ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ଗୋଷ୍ଠାଷ୍ଟମୀ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୧୧: ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହି ଛକ ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଥିବା ଗଜପତି ଜିଲ୍ଲା ଶାଖା ପୀଠ ପରିଷଦ – “ଆଦିତ୍ୟ ଓ ଆନନ୍ଦ ବାହିନୀ\” ପକ୍ଷରୁ “ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି ।
ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଅଷ୍ଟମ ତିଥି ଦିନରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳନ ଅବସରରେ ସକାଳ ୮ ଘଣ୍ଟା ସମୟରେ ଗୋ-ପୂଜନ କାର୍ଯ୍ୟକ୍ରମ ପାରମ୍ପରିକ ରୀତି-ନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା। । ଗୋ-ପୁଜନର ସମସ୍ତ କାର୍ଯ୍ୟକ୍ରମ ଯଥା:- ଗୋ-ମାତାଙ୍କ ଗୋଡ଼-ଧୁଆ , ମଥାରେ ହଳଦୀ ଚନ୍ଦନ ସିନ୍ଦୂର ଲେପ , ଫୁଲମାଳ ଓ ଉପଢୌକନ ପିନ୍ଧା , ଖାଇବାକୁ କଦଳୀ ଓ ଘାସ ଦେବା ଏବଂ ଆଳତି ପ୍ରଭୃତି ସମସ୍ତ କାର୍ଯ୍ୟକ୍ରମ ପୀଠ ପରିଷଦ ପୁରୋହିତ ତଥା ପୂଜକ ଶ୍ରୀ ଜଗନ୍ନାଥ ରଥଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଇଂ ନୃସିଂହ ରଥ , ରମେଶ ପାଣିଗ୍ରାହୀ , ନୃସିଂହ ଚରଣ ମିଶ୍ର , କୈଳାଶ ପଟନାୟକ , ନୃସିଂହ ପଟନାୟକ ପ୍ରମୁଖ ଯୋଗ ଦେଇ ଗୋ-ମାତା ମାନବ ଜାତି ପାଇଁ ଭଗବାନଙ୍କ ଅପୂର୍ବ ଦାନ । ଗୋ-ମାତାଙ୍କ ସେବା ଦ୍ଵାରା ବିଶ୍ଵ ବାସୀଙ୍କ ମଙ୍ଗଳ ହେବା ସହ ମାନବର ବୌଦ୍ଧିକ ଚେତନାର ଉନ୍ନତି ସାଧନ ହୋଇଥାଏ । ଗୋ-ସୁରକ୍ଷା , ଗୋ-ସେବା , ଗୋ-ବଂଶର ବିକାଶ ଏବଂ ସର୍ବୋପରି ଗୋ-ଭକ୍ତିର ମାହାତ୍ମ୍ୟ ପ୍ରଭୃତି ଏହି ମହୋତ୍ସବର ପରମ ଆଭିମୁଖ୍ୟ ବୋଲି କୁହାଯାଇଛି ।
ଏହି ଅବସରରେ ଗୋ-ମାତା ଓ ଶ୍ରୀ ରାଧାକୃଷ୍ଣଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସହରର ବିଭିନ୍ନ ସାହିବସ୍ତି ପରିକ୍ରମା କରିଥିଲେ ।

Related Posts

Seo wordpress plugin by www.seowizard.org.