Odisha News

ଧର୍ମଗଡ଼ ପୋଲିସକୁ ସଫଳତା, ୬ ଡକାୟତ ଗିରଫ

କଳାହାଣ୍ଡି,୧୮/୬ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଉଦ୍ୟୋଗପତି ସୁବାଷ ଅଗ୍ରୱା ଙ୍କ ଘରେ ରାତି ଅଧିଆ ମରଣାସ୍ତ୍ର ଦେଖାଇ ଲୁଟ ଘଟଣାରେ କେସିଙ୍ଗା ପୁଲିସ ଜଣେ ମହିଳାଙ୍କ ସମେତ ୭ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ନଗଦ ଟଙ୍କା, ଡକାୟତି ପାଇଁ ବ୍ୟବହୃତ ଛୁରୀ, ସ୍କ୍ରୁ ଡ୍ରାଇଭର, ରଡ଼,୨ଟି ମୋବାଇଲ ଓ ୨ ବାଇକ ଜବତ କରିଥିବା ପୁଲିସ ସୂଚନା ଦେଇଛି।
ଏହି ଘଟଣାରେ ଘରର ନରିଆଣି ସିଧାସଳଖ ସମ୍ପୃକ୍ତ ଥିବାବେଳେ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ପୁଲିସ ଅଧିକ ତଦନ୍ତ ଚାଲିଥିବା କହିଛି। ହେଲେ ପୁଲିସକୁ ଅଳଙ୍କାର ଓ ନଗଦ ଟଙ୍କା ଜବତରେ ବିଶେଷ ସଫଳତା ମିଳି ନାହିଁ। ସୂଚନାଯୋଗ୍ୟ, ଗତ ମେ ୨୯ ତାରିଖରେ ଏହି ଡକାୟତି ହୋଇଥିଲା। ଘର ଲୋକଙ୍କୁକ ବାନ୍ଧି ଏମାନେ ୬ ଲକ୍ଷ ଟଙ୍କା ନଗଦ ଓ ବହୁ ସୁନା ଅଳଙ୍କାର ଲୁଟି ନେଇଥିଲେ।

Related Posts

Seo wordpress plugin by www.seowizard.org.