Odisha News

ଗଜପତି: ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୨: ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଧ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ପ୍ରଦୋଷ କୁମାର ନାଇକ ଙ୍କ ନିର୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ: ରବି କୁମାର ଏଥିରେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରି ଏହି ବର୍ଷ ର ମୁଖ୍ୟ ବିଷୟ “ଗ୍ଲୋବାଲ ସାଇନନ୍ସ ଫର ଗ୍ଲୋବାଲ ୟେଲବିଙ୍ଗ ” ରହିଛି ବୋଲି କହିଥିବା ବେଳେ ପୂର୍ବତନ ବିଜ୍ଞାନ ନିରୀକ୍ଷକ ତଥା ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟନାୟକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନୋବେଲ ପୁରସ୍କାର ବିଜେତା ତଥା ଭାରତ ରତ୍ନ ଉପାଧି ପାଇଥିବା ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେନକେଟ ରମଣଙ୍କ ରମଣ ପ୍ରଭାବ ଉପରେ ଗୁରତ୍ୱ ଆରୋପ କରି ବିଜ୍ଞାନ ର ମହତ୍ୱ ଓ ତାର ପ୍ରସାରର ଆବଶ୍ୟକ ରହିଛି ବୋଲି କହି ଥିଲେ ।
ପୂର୍ବତନ ତଥା ଅବସର ପ୍ରାପ୍ତ ଗୋଶାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ବୈଜ୍ଞାନିକ କୌଶଳ ଗୁଡିକୁ ମେଜିକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଡ଼ି:ଏସ: ମୂର୍ତ୍ତି , ଶ୍ରୀ ୱାଇ: ଧର୍ମାରାଓ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ସି:ଏଚ: ଭେଙ୍କେଟେସଲୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ ।
ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଜଗନ୍ନାଥ ପଟନାୟକ ମଞ୍ଚ ପରିଚାଳନା କରିଥିଲେ ।
ଏହି ଦିବସ କାର୍ଯ୍ୟକ୍ରମ”ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ବିଜ୍ଞାନ ପ୍ରେମୀ ଶିକ୍ଷକ /ଶିକ୍ଷୟତ୍ରୀ ଓ ଛାତ୍ର /ଛାତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ କବିତା ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଗଣ ଯଥା:- ଶ୍ରୀମତୀ ସୁଜାତା ଦୋରା , ଶ୍ରୀମତୀ ପ୍ରସାଦିନୀ ବେବର୍ତ୍ତା , ଶ୍ରୀମତୀ ଚନ୍ଦନା ପାତ୍ର , ଶ୍ରୀମତୀ ବି: ମାଧବୀ ଏବଂ ଶ୍ରୀମତୀ ଚନ୍ଦନା ପଟ୍ଟନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.