Odisha News

ଗଜପତି :ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨ଟି “ପୋଲିସ-ଫାୟାର-ଆମ୍ବୁଲାନ୍ସ ” ଜରୁରୀକାଳିନ ସେବା ଗାଡିର ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନା ପରିସରରେ ଆଜି ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨ଟି “ପୋଲିସ ଫାୟାର ଆମ୍ବୁଲାନ୍ସ ଜରୁରୀକାଳିନ ନଂ ୧୧୨ ସେବା ଗାଡିର ଆଜି ଶୁଭାରମ୍ଭ ହୋଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଶ୍ରୀ ଜୟରାମ ଶତପଥୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଗାଡି ଦୁଇଟିର ଶୁଭାରମ୍ଭ କରିଥିଲେ ।
ଏହି ଗାଡି ଦୁଇଟି ମଧ୍ୟରୁ ଗୋଟିଏ ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଏବଂ ଅନ୍ୟଟି ମୋହନା ଥାନା ଅଞ୍ଚଳ ପାଇଁ ଏହି ଗାଡି ଦୁଇଟି ଜରୁରୀ କାଳୀନ ପରିସ୍ଥିତି ବେଳେ ହଠାତ ଫୋନ କଲ ଆସିଲେ ତାହା ରିସିଭ କରି ତୁରନ୍ତ ସେବା ଯୋଗାଇ ଦେବେ ।
ଏହି ଇଆରଏସଏସ: ତଥା “ଏମାର୍ଜେନ୍ସି ରେସପୋନ୍ସ ସପୋର୍ଟ ସିଷ୍ଟମ ” ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇଥିଲା , ତେବେ ଏହା ଅତି ଆବଶ୍ୟକ ପଡିବାରୁ ଗଜପତି ଜିଲ୍ଲାପାଇଁ ପାରଳାଖେମୁଣ୍ଡି- ମୋହନା ଓ ଆର ଉଦୟଗିରି ପାଇଁ ୩ ଟି ଗାଡି ଆବଶ୍ୟକ ଥିବା ବେଳେ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କ ଆଦେଶ କ୍ରମେ ୨ଟି ଗାଡି ପହଞ୍ଚିଛି ଓ ତାର ଶୁଭାରମ୍ଭ ହୋଇଛି, ଆଉ ଗୋଟିଏ ଗାଡି ଆସନ୍ତା ସପ୍ତା ମଧ୍ୟରେ ପହଞ୍ଚିବ ।
ଏହି ଗାଡିରେ ଜନ ସାଧାରଣଙ୍କୁ ଜରୁରୀକାଳିନ ସେବା ପାଇଁ ୧୧୨ ନମ୍ବରକୁ ଡାଏଲ ତଥା ଫୋନ କରିବା ପାଇଁ କୁହାଯାଇଛି ।
ଏହି ନମ୍ବରକୁ ଫୋନ କରିବା ମାତ୍ରକେ ସେମାନେ ଫୋନ କଲ ରିସିଭ କରିବେ ।
ଏହାଦ୍ୱାରା ସମସ୍ତ ପ୍ରକାର ଜରୁରୀକାଳିନ ସେବା ମିଳିପାରିବବୋଲି ଏସପି ଶ୍ରୀ ଜୟରାମ ଶତପଥୀ କହିଥିଲେ ।
ସେହିଭଳି , ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ସବୁ ରହିଛି , ଯାହାକି ସେସବୁ ସମ୍ପୃକ୍ତ ଅଞ୍ଚଳର ଥାନା ଠାରୁ ଅନ୍ୟୁନ ୫୦ କିମି ଦୂରରେ ରହିଛି ।
ଏହି ସେବା ଦ୍ୱାରା ଫୋନ କଲ ପାଇବା ମାତରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସେବା ଯୋଗାଇ ଦେଇ ପାରିବ ।
ସେହିଭଳି ସହରାଞ୍ଚଳରେ ଷ୍ଟ୍ରିଟ ରୋମିଓ ମାନେ ରହିଛନ୍ତି , ସେମାନେ ଝିଅ ପିଲା ମାନଙ୍କୁ ଦେଖିବା ମାତରେ ଟର୍ଚ୍ଚର କରିଥାନ୍ତି , ଖରାପ ଇସାରା ଦେବା ସହ କମେଣ୍ଟ ମାରିବା , ପ୍ରଭୃତି ଖରା଼ପ କାର୍ଯ୍ୟ କରିଥାନ୍ତି , ସେହି ମାନଙ୍କୁ ଧରିବା ପାଇଁ ମଧ୍ୟ ଏହି ଗାଡି ଉଚିତ ସମୟରେ ଘଟଣା ସ୍ଥଳରେ ପହଞ୍ଚି ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାଣଙ୍କ ମଧ୍ୟରେ ଏଏସପି ଶ୍ରୀ ବାମଦେବ ସିଂ , ଏସଡିପିଓ ଶ୍ରୀ ରାମକୃଷ୍ଣ ପତି, ରିଜର୍ଭ ଆରଆଇ ଶ୍ରୀ ଡମ୍ବରୁ ଧର ହନାଗା ଏବଂ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.