Odisha News

ଗଜପତି : ନେହୁର ଯୁବ-କେନ୍ଦ୍ର ପକ୍ଷରୁ ୪୫ ଦିନିଆ ବିୟୁଟି ପାର୍ଲର ପ୍ରଶିକ୍ଷଣ କାଯ୍ୟକ୍ରମ ଉଦଯାପିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୩ : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ସେଣ୍ଟର ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମହିଳା ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଚାଲିଥିବା ୪୫ ଦିନିଆ ବିଉଟି-ପାର୍ଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ସଭାରେ ୟୁ-ଟେକ୍ କଂପ୍ୟୁଟର ସେଣ୍ଟରର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଅବସର-ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ।
ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ “ପ୍ରଗତି” ମହିଳା ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ
ମ୍ୟୁଖ ବକ୍ତା ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଶିକ୍ଷିକା ସବିତା ପ୍ରଧାନ , ନେହେରୁ ଯୁବ କେନ୍ଦ୍ରର ଶ୍ରୀ ଏ: ମହେଶ ଓ ବି: ଭବାନୀ ପ୍ରସାଦ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ ।
ମହିଳା ମାନେ ସ୍ୱାବଲମ୍ବୀ ହେବା ଦିଗରେ ଏହି ତାଲିମ ଭବିଷ୍ୟତ ଜୀବନରେ ବେଶ ସହାୟକ ହୋଇ ପାରିବ । ତେଣୁ ନିଷ୍ଠା ଓ ପରିଶ୍ରମ ଫଳରେ ଭବିଷ୍ୟତ ଅଧିକ ଉଜ୍ଜଳ-ମୟ ହେଉ ବୋଲି କାମନା କରିଥିଲେ ।
୪୫ ଦିନର ତାଲିମ ଅବସରରେ ପ୍ରଶିକ୍ଷର୍ଥୀ ଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ବଣ୍ଟନ କରା ଯାଇଥିଲା ।
କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ଶରତ ପ୍ରଧାନ ଓ ସବିତା ପ୍ରଧାନଙ୍କ ପ୍ରମୁଖଙ୍କ ସମେତ ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ ।
ଶେଷରେ ଶ୍ରିନୁବାସ ଗୟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.