Odisha News

ଗଜପତି : ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୫: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଓ ରେଡକ୍ରସ ସଂସ୍ଥାର ପ୍ରତିଷ୍ଠାତା ଜିନ ହେନେରୀ ଡୁନାଣ୍ଟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଆଜି ଆମେ ସମସ୍ତେ ଏକତ୍ରିତ ଜିନ ହେନରୀ ଡୁନାଣ୍ଟ ପାଇଁ , ସେ କେତେ ଯେ ମହାନ ଥିଲେ , ତାହା କଳ୍ପନା କରିହେବ ନାହିଁ । ମାନବିକତା ଜୀବନ ଉପରେ ସେ ସବୁବେଳେ ଚିନ୍ତା କରୁଥିଲେ । ଲୋକଙ୍କ ସାହାଯ୍ୟ ଓ ସହଯୋଗ ଦ୍ୱାରା ସମଗ୍ର ବିଶ୍ୱରେ ସେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରଖୁଥିଲେ । ବିଶ୍ୱଶାନ୍ତି ପାଇଁ ରେଡକ୍ରସ କାମ କରି ଆସିଛି ବୋଲି କହିଥିଲେ ।
ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି, ଜିଲ୍ଲା ରେଡ଼କ୍ରସର ଲାଇଫ ମେମ୍ବର ଶ୍ରୀ ଭାରତ ଭୂଷଣ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରତି ବର୍ଷ ରେଡ଼କ୍ରସ ସାରା ବିଶ୍ୱରେ, ସାରା ରାଜ୍ୟରେ, ସାରା ଜିଲ୍ଲାରେ ପାଳିତ ହେଉଛି । ଆଜି ସମୟ ଆସିଛି ଏହି ରେଡକ୍ରସ ଲୋକଙ୍କ ପାଖରେ ପଞ୍ଚାଇବା ଦରକାର ।
ସେହିପରି ଲାଇଫ ମେମ୍ବର ବସନ୍ତ ପଣ୍ଡା, ଦିଲ୍ଲୀପ ଶତପଥୀ , ପଞ୍ଚାନନ ପାଣିଗ୍ରାହୀ ,ସିଦ୍ଧାର୍ଥ ଶଙ୍କର ପାଠୀ ଏବଂ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଶ୍ରୀ ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ରେଡକ୍ରସର ଲକ୍ଷ୍ୟ ପ୍ରାଥମିକ ଚିକିସ୍ୟା ଓ ବିପର୍ଯ୍ୟୟ ପରିଚାଳନାବୋଲି ଅଭିହିତ କରି ରେଡ଼କ୍ରସ ସଂସ୍ଥାର ସାମ୍ପ୍ରସାରଣ , ବିଭିନ୍ନ କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକଏବଂ ସମ୍ବାଦିକ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ ।
ଏହି ଦିବସକୁ ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା ଓ ପ୍ରଦ୍ୟୁଷ କୁମାର ଶତପଥୀ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.