Odisha News

ଗଜପତି : ଜିଲ୍ଲାର ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨୭/୮: ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାର ସିଙ୍ଗି ପୋଲ , କାଶୀପଦର ର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର ଅଗ୍ରଗତିର ରାଜ୍ୟ ଗ୍ରାମୀଣ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂହ ଗଜପତି ଜିଲ୍ଲା ଗସ୍ତରେ ଆସି ସେ ସବୁ ପରିଦର୍ଶନ କରି ସମୀକ୍ଷା କରିଥିଲେ ।
ରାୟଗଡ଼ ବ୍ଲକର ପୁଟିସାହି ଠାରୁ ଲିମାର ସିଙ୍ଗି ରାସ୍ତାର ପୋଲ ନିର୍ମାଣ ହେବା ପରେ ଜନସାଧରଣଙ୍କ ଯାତାୟାତ ନିମନ୍ତେ ଅନେକ ସୁବିଧା ପାଇପାରିବେ ବୋଲି ସଚିବ କହିଛନ୍ତି ।
ଶୁକ୍ରବାର ଗଜପତି ଜିଲ୍ଲା ଗସ୍ତ ରେ ଆସି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।
ମୁଖ୍ୟତଃ , ଜଙ୍ଗଲଜମି ଓ ଗ୍ରାମ୍ୟ ଭିତ୍ତିକ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ସଂପୃକ୍ତ ବିଭାଗୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଯନ୍ତ୍ରୀ ମାନେ କ୍ଷେତ୍ର ପରିଦର୍ଶନ କରି ଜନସାଧାଣଙ୍କ ସୁବିଧା ଅସୁବିଧା ବୁଝନ୍ତୁ ଏବଂ ସେହିଠାରେ ସମସ୍ୟାର ସମାଧାନ ହୋଇ ନ ପାରିଲେ ଜିଲ୍ଲାପାଳ ତଥା ଉପରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରାନ୍ତୁ , ସମସ୍ତ ସମସ୍ୟାର ସମାଧାନ କରି କାର୍ଯ୍ୟ ଗୁଡିକ ସଠିକ ସମୟରେ ସମାପନ କରନ୍ତୁ ବୋଲି ସଚିବ ଶ୍ରୀ ସିଂହ କହିଥିଲେ।
ପୂର୍ବାହ୍ନରେ ଜିଲ୍ଲାର ରାୟଗଡ଼ , ଆର୍.ଉଦୟଗିରି ଓ ମୋହନା ବ୍ଲକ୍ ଗ୍ରସ୍ତ କରି ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ବିଜୁ ସେତୁ ଯୋଜନା ଓ ପିଡବ୍ଲୁଡି ରାସ୍ତାର ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟର କ୍ଷେତ୍ର ସ୍ତରୀୟ ଅଗ୍ରଗତି ଓ ସମୀକ୍ଷା କରିଥିଲେ ।
ସମସ୍ତ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝିବେ ଓ କାର୍ଯ୍ୟର ଗତିକୁ ଅଧିକ ତ୍ବରାନିତ କରି ସମୟ ସୀମା ମଧ୍ୟରେ ଶୀଘ୍ର ଶେଷ କରିବାକୁ ଜଣାଇଥିଲେ ।
ଏହି ପରିଦର୍ଶନ ଅବସରରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଦେଖି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସନ୍ତୋଷ ପ୍ରକାଶ କରିଥିଲେ ।
ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ , ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା , ବ୍ରହ୍ମପୁର ଜୋନ୍ ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରି , ଜିଲ୍ଲା ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ନିର୍ମଳ କୁମାର ଦାସ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.