Odisha News

ଗଜପତି: କୈଲାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ସହାୟତାରେ ଓ ସିସିଡ଼ି: ଅନୁଷ୍ଠାନ ପକ୍ଷରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୧: ଗଜପତି ଜିଲ୍ଲାର କୈଳାଶ ସତ୍ୟର୍ଥୀ ଚିଲ୍ଡରେନ୍ ଫାଉଣ୍ଡେସନ ଅନୁଷ୍ଠାନ ସହାୟତାରେ ସିସିଡି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୩ ଦିନ ଧରି ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଁପୁର ପଞ୍ଚାୟତର ଅମରସିଙ୍ଗ ଗ୍ରାମ , ରାୟଗଡ଼ ପଞ୍ଚାୟତର ଲକ୍ଷ୍ମୀପୁର କଲୋନୀ , ଲକ୍ଷ୍ମୀପୁର ପଞ୍ଚାୟତର ମାର୍ଗସାହି ଗ୍ରାମ , ତାଳମୁଣ୍ଡା ପଞ୍ଚାୟତର ତାଳମୁଣ୍ଡା ଗ୍ରାମ ଓ ନାରାୟଣପୁର ପଞ୍ଚାୟତର ଅରକପଦା ଗ୍ରାମରେ ଭିନ୍ନ ଭିନ୍ନ ଭାବେ ଗ୍ରାମସ୍ତରୀୟ ଶିଶୁସୁରକ୍ଷା କମିଟି ସହଯୋଗରେ \”ଶିଶୁ ସୁରକ୍ଷା\” ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
ଉକ୍ତ କର୍ମଶାଳାରେ ନାଏବ ସରପଞ୍ଚ , ଆଶା ଓ ଅଙ୍ଗନବାଡି କର୍ମୀ , ସିଆରପି: , ଗ୍ରାମ ମୁଖିଆ , ଗ୍ରାମର କୁଳ ସମାଜର ମୁଖିଆ , ଏମବିକେ:, ୱାର୍ଡ-ମେମ୍ବର , ଶିକ୍ଷକ , ଏସଏଚଜି: ମହିଳା ସଂଘ , କିଶୋର ଓ କିଶୋରୀ ମାନେ ଉପସ୍ଥିତ ଥିଲେ ।
ଅନୁଷ୍ଠିତ କର୍ମଶାଳା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ , କିପରି ଏହି କମିଟି ଗ୍ରାମରେ ଥିବା ପ୍ରତ୍ୟେକ ଶିଶୁର ଯତ୍ନ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ ସେ ସମ୍ପର୍କରେ ବୁଝାଇ ଶିଶୁ ସୁରକ୍ଷା କମିଟିର ସଦସ୍ୟ ମାନଙ୍କ କର୍ତ୍ତବ୍ୟ ଓ ଭୂମିକା ସମ୍ପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଅନ୍ୟପକ୍ଷରେ , ଏହି କମିଟି ଦ୍ବାରା ପ୍ରତ୍ୟେକ ୩ ମାସକୁ ଥରେ ବୈଠକ କରାଯାଇ ଶିଶୁ ମାନଙ୍କ ବିଷୟରେ ଆଲୋଚନା କରାଯିବା ସହ , ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ଅବହେଳିତ ଶିଶୁମାନଙ୍କୁ ଅନ୍ତର୍ଭୁକ କରାଯାଇ ସେମାନଙ୍କୁ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ସେ ସମ୍ପର୍କରେ କୁହା ଯାଇଥିଲା ।
ମୁଖ୍ୟତଃ ଗ୍ରାମରେ ବାଲ୍ୟବିବାହ , ଶିଶୁ ଯୌନ ନିର୍ଯ୍ୟାତନା , ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଇତ୍ୟାଦି କୁ କିପରି ରୋକାଯାଇ , ଗ୍ରାମକୁ କିପରି ଏକ ଆଦର୍ଶ ଗ୍ରାମ ସମେତ ଶିଶୁ ମିତ୍ର ଗ୍ରାମ ଓ ଶିଶୁମିତ୍ର ପଞ୍ଚାୟତ ଗଠନ କରାଯାଇ ପାରିବ , ସେହି ଦିଗରେ ସମସ୍ତ ଗ୍ରାମବାସୀ ଓ କମିଟି ମିଳିତ ଉଦ୍ୟମରେ ଆଗକୁ ନେବା ଉପରେ ବୁଝାଇ ସଚେତନ କରା ଯାଇଥିଲା ।
ଶେଷରେ ଆଦର୍ଶ ଗ୍ରାମ ସମେତ ଶିଶୁ ମିତ୍ର ଗ୍ରାମ ଓ ଶିଶୁମିତ୍ର ପଞ୍ଚାୟତ ଗଠନ କରିବା ନେଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଏକ ଶପଥପାଠ କରା ଯାଇଥିଲା ।
ଏଥିରେ ସିସିଡିର ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଉପସ୍ଥିତ ଥିବା ବେଳେ ସଂଯୋଜକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.।

Related Posts

Seo wordpress plugin by www.seowizard.org.