Odisha News

ଗଜପତି: ଜିଲ୍ଲାସ୍ତରୀୟ “ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ”- ପାୱାର-୨୦୪୭ ବିଜୁଳି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୭: ସମ୍ପ୍ରତି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପି ପାଳନ କରା ହେଉଛି , ଆଜା୍ଦିକା ଅମୃତ ମହୋତ୍ସବ ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟର ଏନଟିପିସିଏଲ ପକ୍ଷରୁ ଟିପିଏସଓଡିଏଲ: ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ସ୍ତରୀୟ “ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ” – ପାୱାର-୨୦୪୭- ବିଜୁଳି ମହୋତ୍ସବ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁଳି ଆମ ଦୈନନ୍ଦିନ ଜୀବନରେ କିଭଳି ଗୁରୁତ୍ୱ ପୂର୍ଣ୍ଣ ଭୂମିକା ବହନ କରିଛି ଏବଂ ଏହି ମହୋତ୍ସବ ସେହି ମହାନ ଲୋକଙ୍କୁ ସମର୍ପିତ , ଯେଉଁ ମାନେ ନା କେବଳ ଭାରତର ବିକାଶ ଯାତ୍ରାକୁ ଗତି ପ୍ରଦାନ କରିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ଏବଂ ଯେଉଁ ମାନେ ପୂର୍ଣ୍ଣ ଶକ୍ତି ଓ କ୍ଷମତା ସହ ଦେଶକୁ ଅଗ୍ରସର କରିଛନ୍ତି , ଯାହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ଯାଉଛି ଏବଂ ଓଡିଶା ବିଜୁଳି ଉତ୍ପାଦନ କ୍ଷେତ୍ରରେ କିଭଳି ବଳକା ରାଜ୍ୟ ହୋଇଛି , ସେ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏବଂ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଓପିଟିସିଏଲ:ର ଡିଜିଏମ ଶ୍ରୀ ଦାମୋଦର ପ୍ରସାଦ ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଦେଶର ବିକାଶରେ ବିଜୁଳିର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଧାରୀତ ବିଭିନ୍ନ ଅଗ୍ରଗତି\’ର ସୂଚନା ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରା ଯାଇଥିଲା ।
ଏଥିସହ ଏକ ନାଟକ ମାଧ୍ୟମରେ ବିଦ୍ୟୁତର ଉପଯୋଗୀତା ଉପରେ ପ୍ରଦର୍ଶନ ଏବଂ ଏକ ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ କରା ଯାଇଥିଲା ।
କାର୍ଯ୍ୟକ୍ରମ ପରିସରରେ ବିଦ୍ୟୁତ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପୋଷ୍ଟର ମାନ ପ୍ରଦର୍ଶିତ କରା ଯାଇଥିଲା ।
ସଚେତନତା ସଭା କାର୍ଯ୍ୟକ୍ରମରେ ସଂଚାଳନ କରିଥିଲେ ଶ୍ରୀ ମନୋଜ କୁମାର ପାଢ଼ୀ ।
ସମସ୍ତ କାର୍ଯ୍ୟକ୍ରମକୁ ଟିପିଏସଓଡିଏଲର ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟନାୟକ ଏବଂ ସହକାରୀ ଯନ୍ତ୍ରୀ ଶ୍ରୀ ଅଭିଷେକ ରଥ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମଚାରି ମାନେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ତଥା ବିଦ୍ୟୁତର ଭୂମିକା ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି:- ଓପିଟିସିଏଲର ଡିଜିଏମ: ଶ୍ରୀ ଦାମୋଦର ପ୍ରସାଦ ପାତ୍ର ଯେ , ଭାରତରେ ବିଜୁଳି କ୍ଷେତ୍ରରେ ଯେଉଁ ଉନ୍ନତି ହୋଇଛି , ତାର ଉପଲବ୍ଧି ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ , ଚଳିତ ମାସ ଜୁଲାଇ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଜୁଳି ମହୋତ୍ସବ ପାଳନ କରାଯାଉଛି ।
ଆଜା୍ଦିକା ଅମୃତ ମହୋତ୍ସବ ପାଇଁ ଏଇ ସପ୍ତାହ ବ୍ୟାପି ଯେଉଁ ବିଜୁଳି ମହୋତ୍ସବ ପାଳନ କରାଯାଉଛି , ଏହା ପ୍ରତି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି ଉପରେ ଲୋକଙ୍କ ସାମାନାକୁ ଆଣିବା ପାଇଁ ଏବଂ ଆମେ ବର୍ତ୍ତମାନ ବିଦ୍ୟୁତ କ୍ଷେତ୍ରରେ କେଉଁ ସ୍ଥିତିରେ ପହଞ୍ଚିଛୁ , ତାହା ଲୋକଙ୍କୁ ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ସେହିଭଳି ଏନଟିପିସିର ବରିଷ୍ଠ ପରିଚାଳକ ଶ୍ରୀ ରମାକାନ୍ତ ଦାସ କହିଛନ୍ତି ଯେ , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ସହର ଠାରୁ ଗ୍ରାମାଞ୍ଚଳ ସ୍ତର ପର୍ଯ୍ୟନ୍ତ ବିଦ୍ୟୁତର ସଦୁପଯୋଗ ଓ ଉପଲବ୍ଧିତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ପାରୁ ଯେଭଳି ସେମାନେ ସୁରକ୍ଷାର ସହ ବିଜୁଳିର ବ୍ୟବହାର ଠିକ ଭାବେ କରିପାରିବେ , ଯାହାଦ୍ୱାରା ସେମାନଙ୍କ ଜୀବନ ସୁରକ୍ଷିତ ରହିବା ସହ ସେମାନେ ଦେଶର ପ୍ରଗତିରେ ସେମାନଙ୍କ ନିଶ୍ଚିତଭାବେ ଯୋଗଦାନ ରହିବ ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.