Odisha News

ଗଜପତି :କେନ୍ଦ୍ରୀୟ ଟିମର ଦୁଇ ଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କଲେ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୧: କେନ୍ଦ୍ରୀୟ ଦଳ ଗଦୁଇ ଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଗଜପତି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କରି ଫେରି ଯାଇଛନ୍ତି ।
କେନ୍ଦ୍ରୀୟ ଦଳର ଦୁଇଦିନିଆ ଗ୍ରସ୍ତ ମଧ୍ୟରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡ଼ ଗାଁ ଏବଂ ବଡ଼ ଗୋଷାଣୀ ଗ୍ରାମ , ରାୟଗଡ ବ୍ଲକର ଆଶୀର୍ବାଦ ନଗର ଓ ଲାଟି ଗାଁ , ମୋହନା ବ୍ଲକର ହିକ୍ରିକୁମ୍ପା ଓ ଲିଲିଗୁଡା ଗ୍ରାମ ଏବଂ ଆର୍ .ଉଦୟଗିରି ବ୍ଲକର ରଣ୍ଡିବା ପ୍ରଭୃତି ଗ୍ରାମରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ , ଗ୍ରସ୍ତ କରି ସେଠାରେ କାର୍ଯ୍ୟକାରୀ ହେଉଥିବା ଜଳ ଜୀବନ ମିଶନ ପ୍ରକଳ୍ପ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
ଏହି ଗ୍ରସ୍ତ ଓ ସମୀକ୍ଷା ସମୟରେ କେନ୍ଦ୍ରୀୟ ଜଳ ଜୀବନ ମିଶନ ପ୍ରକଳ୍ପର ଅଣ୍ଡର ସେକ୍ରେଟାରୀ ଶ୍ରୀ ବିକାଶ ଶ୍ରୀବାସ୍ତବ ଏବଂ ଗ୍ରାମ୍ୟ ଭିତ୍ତିଭୂମି କଂସୁଲଟାଣ୍ଟ ଶ୍ରୀ ଅଭିୟାନ ତେଶ ବର୍ମା ପ୍ରମୁଖ ପଞ୍ଚାୟତ ଅଫିସ ସଭା ଗୃହରେ ପ୍ରତ୍ୟେକ ହିତାଧିକାରୀ ଯେପରି ଶୁଦ୍ଧ ପାନୀୟ ଜଳ ପାଇପାରିବେ ସେ ବିଷୟରେ ଉପସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅଧିକାରୀ ମାନଙ୍କୁ ବୁଝାଇଥିଲେ। ହିତାଧିକାରୀ ମାନଙ୍କ ଘରକୁ ଯାଇ କାର୍ଯ୍ୟର ତଦାରଖ କରି ଜଳ ସଂରକ୍ଷଣ ଓ ଅଦରକାରୀ ଜଳକୁ କିପରି ଭାବେ କାର୍ଯ୍ୟରେ ଲଗାଇବେ ତାହା ଲୋକମାନଙ୍କୁ କହିଥିଲେ।
ଏଥିରେ ଓଡିଶା ସରକାରଙ୍କ ଗଜପତି ଜିଲ୍ଲାର ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ , ସହକାରୀ ନିର୍ବାହୀ ଯନ୍ତ୍ରୀ କୁମାରୀ ସ୍ୱୟଂପ୍ରଭା ସେଠୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସାହୁ , ସହକାରୀ ଯନ୍ତ୍ରୀ ଶ୍ରୀ ଶିବ ପ୍ରସାଦ ପାଳ , ସହକାରୀ ଯନ୍ତ୍ରୀ ସୀମାଞ୍ଚଳ ବେହେରା , କନିଷ୍ଠ ଯନ୍ତ୍ରୀ ଶ୍ରୀ ନାରାୟଣ ସେଠୀ , କନିଷ୍ଠ ଯନ୍ତ୍ରୀ ଶ୍ରୀ ପଦ୍ମନାଭ ଖଣ୍ଡେଇ , ଜଳ ପରୀକ୍ଷକ ଶ୍ରୀ ରୋଶନ କୁମାର ପାତ୍ର , ଏସ୍.ଇ.ଏମ୍ ଓ ଗ୍ରାମ ବିକାଶ କର୍ମକର୍ତ୍ତା , ଶିକ୍ଷା କର୍ମୀ , ଅଙ୍ଗନବାଡି କର୍ମୀ , ପଞ୍ଚାୟତର ସଦସ୍ୟ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.