Odisha News

ଆଜି ହେଉଛି ମଣ୍ଡପରେ ମହାମାୟାଙ୍କ ମହାନବମୀ, ଚଳଚଞ୍ଚଳ ପୂଜା ମଣ୍ଡପ

ଭୁବନେଶ୍ୱର, ୧୪/୧୦ : ଆଜି ହେଉଛି ମଣ୍ଡପରେ ମହାମାୟାଙ୍କ ମହାନବମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ ।
କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇଛି । କରୋନା କଟକଣା ଯୋଗୁଁ ଏଥର ସେଭଳି ଉତ୍ସାହ ନାହିଁ ।
ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ, ୟୁଟ୍ୟୁବ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି । ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମାଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାଶ୍ୱର୍ଗୁଡିକ ଆବଦ୍ଧ କରି ଦିଆଯାଇଛି ।
ସେହିପରି ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ଚାଲିଛି ନବମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ପୂଜା ଚାଲିଛି ମାତ୍ର ଭକ୍ତଙ୍କ ଦେଖାନାହିଁ ।
କାରଣ କରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି । କରୋନା କଟକଣା ପାଇଁ ପୂର୍ବଭଳି ସାଜସଜ୍ଜା ଜାକଜମକ ନାହିଁ କି ନାହିଁ ଗହଳି ଚହଳି । ଏହାସହିତ ଷ୍ଟେସନ ବଜାର, ସହିଦ ନଗର, ନୟାପଲ୍ଲୀ ପୂଜା ମଣ୍ଡପରୁ ମାଆଙ୍କ ପୂଜାକୁ ସୋସିଆଲ ମିଡିଆରେ ଲାଇଭ୍ କରୁଛନ୍ତି ବିଭିନ୍ନ ପୂଜା କମିଟି ।
ଅନ୍ୟପଟେ କଟକର ଶକ୍ତିପୀଠଗୁଡିକରେ ମହାମାୟାଙ୍କ ପୂଜା ଚାଲିଛି । କରୋନା କଟକଣା ଭିତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାବିଦ୍ଧି କରାଯାଉଛି । କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ପାଳନ କରାଯାଉଛି ।
କରୋନା ସଂକ୍ରମଣ ଭୟଥିବାରୁ କୋଭିଡ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡିକରେ ପୂଜା ଅନୁଷ୍ଠିତ ହେଉଛି ।

Related Posts

Seo wordpress plugin by www.seowizard.org.