Odisha News

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍, ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ବୁର୍ଲା,୨୫/୭: ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି।ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି ଜ୍ଝ ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।
ରବିବାର ୫ଟି, ଗତକାଲି ୪ଟି ଓ ଆଜି ୩ଟି ଗେଟ ଖୋଲାଯାଇଛି ଜ୍ଝ ମିଳିଥିବା ସୂଚନା ମୁତାବକ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି ।ଆଉ ଏହାର ପ୍ରଭାବରେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି ଜ୍ଝ ତେଣୁ ଆଉ ୪ଟି ଗେଟ ଆଜି ଖୋଲାଯାଇଛି ।
ଉଲ୍ଲେଖ ଥାଉ କି ରବିବାର ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା । ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା।

Related Posts

Seo wordpress plugin by www.seowizard.org.