Odisha News

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ୨ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି, ୩/୪: ତଦନ୍ତ ସରି ନାହିଁ, ପୁଣି ରିମାଣ୍ଡରେ ଦିଅ, ଏମିତି କିଛି ଯୁକ୍ତି ରଖିଥିଲେ କ୍ରାଇମବ୍ରାଞ୍ଚ । ଏହି ଯୁକ୍ତି କରି ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ସୂଚନାଯୋଗ୍ୟ ଯେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ପୁଣି ରିମାଣ୍ଡ ଅନୁମତି ମିଳିଛି । ପୂର୍ବରୁ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ ।
କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା । ରିମାଣ୍ଡ ଅବଧି ସରିବା ପରେ ଆଜି ଦିନ ୨ ଟା ୩୦ ମିନିଟରେ ଚାନ୍ଦବାଲି ହଜ୍ଞଲମଙ୍କ ନିକଟରେ ହାଜର କରିଥିଲେ ।
କାଗଜପତ୍ର ଓ ରିମାଣ୍ଡ ଆବେଦନ ପ୍ରକ୍ରିୟା ପରେ ଦିନ ପ୍ରାୟ ୩ ଟା ୩୦ ମିନିଟ ପରେ ପରେ ମାନ୍ୟବର ବିଚାରପତିଙ୍କ ନିକଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ପୁଣି ତଦନ୍ତର ଆବଶ୍ୟକତା ନେଇ ଯୁକ୍ତି ରଖି ପୁଣି ୪ ଜଣଙ୍କୁ ୫ ଦିନର ରିମାଣ୍ଡ ଅନୁମତି ମାଗିଥିଲେ ।
ମାତ୍ର ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ପରେ ମାନ୍ୟବର ବିଚାରପତି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । କେତେକ ସର୍ତ୍ତ ଆଧାରରେ ଆସନ୍ତା ୭ ତାରିଖ ଦିନ ୧ ସୁଦ୍ଧା କୋର୍ଟରେ ହାଜର ପାଇଁ ଅନୁମତି ଦେଇଥିଲେ ।
ତେବେ ୪ ଜଣଙ୍କୁ କୋର୍ଟରେ ହାଜର ବେଳେ ଚାନ୍ଦବାଲି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋର୍ଟର ଦୁଇ ଗେଟକୁ ବନ୍ଦ କରାଯିବା ସତ୍ତ୍ୱେ ଲୋକେ ଗେଟ ବାହାରୁ ହୋ ହାଲ୍ଲା କରିଥିଲେ ।

Related Posts

Seo wordpress plugin by www.seowizard.org.