Odisha News

କୋର୍ଟରୁ ବାହାରିବା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବର୍ଷିଲେ ପୁଲିସ୍ ଉପରେ

ଭୁବନେଶ୍ୱର,୫/୧୨: କୋର୍ଟରୁ ବାହାରିବା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପୁଲିସ୍ ଉପରେ ବର୍ଷିଛନ୍ତି। ଆଉ ପଚାରିଛନ୍ତି ଅନେକ ପ୍ରଶ୍ନ।କହିଛନ୍ତି, ସୋ’ କଲ୍ଡ ଭିକ୍ଟିମ୍ମାନେ ଲୁଚୁଛନ୍ତି କାହିଁକି? ଯଦି ତାଙ୍କ ପାଖରେ ପ୍ରମାଣ ଅଛି, ତାହାହେଲେ ସେମାନେ କାହିଁକି ଲୁଚୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ତେବେ ସେହି ସୋ’ କଲ୍ଡ୍ ଭିକ୍ଟିମ୍ମାନେ କିଏ, ସେ ସମ୍ପର୍କରେ କିଛି କହିନାହାନ୍ତି ଅର୍ଚ୍ଚନା।
ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛନ୍ତି? ଗଣମାଧ୍ୟମର ପ୍ରଶ୍ନରେ ଅର୍ଚ୍ଚନା କହିଛନ୍ତି, କିଛି ନେଇନାହିଁ। କାହିଁକି ମୋ’ ନାଁରେ ମିଛ କହୁଛନ୍ତି? ମୋତେ କିଛି କହିବାକୁ ସ୍କୋପ୍ ଦିଆଯାଉ ନାହିଁ। ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଯାଉଛି। ମୁଁ ଚାହୁଁଛି ଘଟଣାର ତଦନ୍ତ ହେଉ।
ମାମଲାର ସିବିଆଇ ତଦନ୍ତ ହେଲେ ସବୁ କଥା ବାହାରିବ। ମୁଁ ସବୁ କଥା କହିବି। ମୋତେ ଆରିବିଟାରୀ ଭାବେ ଗିରଫ କରାଯାଇଛି। ଗିରଫର ୬ ଦିନ ଯାଏଁ କିଛି ଜାଣି ପାରିଲେନି। ଖାଲି ଏତିକି ନୁହେଁ, ମୋ ପରିବାରକୁ ନଜର ବନ୍ଦୀ ଭାବେ ରଖାଯାଇଥିବା ଅର୍ଚ୍ଚନା କହିଛନ୍ତି।
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ବୁଢ଼ୀଆଣି ଜାଲରେ ଛନ୍ଦି ହେଉଛି। ପ୍ରତିଦିନ ନୂଆ ନୂଆ ଖିଅ ବାହାରୁଛି। ଅର୍ଚ୍ଚନାଙ୍କ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) କିଛି ଲୋକଙ୍କୁ ଜେରା କରିଛି। ତେବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଚାହିଁଛି ଇଡି।
ସେଥିପାଇଁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଛି ଇଡି। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ଓକିଲ୍ ମଧ୍ୟ ଆଜି କୋର୍ଟରେ ଆବେଦନ କରିଛନ୍ତି। ଇଡିର ଜେରା ବେଳେ ଅର୍ଚ୍ଚନାଙ୍କ ଓକିଲ ଉପସ୍ଥିତ ରହିବାକୁ ଆବେଦନରେ ଦର୍ଶାଇଛନ୍ତି। କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଥିବା ଅର୍ଚ୍ଚନାଙ୍କ ଓକିଲ୍ କହିଛନ୍ତି।
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ରାତି ଅଧିଆ କମିଶନରେଟ୍ ପୁଲିସ୍ ଉଠାଇ ଆଣିଥିଲା। ପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ହେଲେ ଅର୍ଚ୍ଚନାଙ୍କ ବିଜ୍ନେସ୍ ପାର୍ଟନର ଖଗେଶ୍ୱରଙ୍କ ପାଖରେ ପହଞ୍ଚିପାରୁନଥିଲା କମିଶନରେଟ୍ ପୁଲିସ୍। ତେବେ ଏଥିରେ ଟଙ୍କା ହଡପ୍ର ସାମ୍ନାକୁ ଆସିଥିବାରୁ ମାମଲାରେ ଇଡି ତଦନ୍ତ କରିଥିଲା। ଇଡି ତଦନ୍ତ ଆରମ୍ଭ କରି ପ୍ରଥମେ ଖଗେଶ୍ୱରକୁ ଅଟକ ରଖି ଜେରା କରିଥିଲା। ପରେ ତାକୁ ବାନ୍ଧି ପକାଇଥିଲା। ବର୍ତ୍ତମାନ ଅର୍ଚ୍ଚନା ଲିଙ୍କରେ ଇଡି ଅନେକ ବ୍ୟକ୍ତିଙ୍କୁ ଜେରା କରିସାରିଲାଣି। ତଥାପି ଇଡି ଟଙ୍କା ଉତ୍ସ ପାଖରେ ପହଞ୍ଚି ପାରିନାହିଁ।

Related Posts

Seo wordpress plugin by www.seowizard.org.