Odisha News

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧/୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରିବା ସହ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ନିଜର ବଜେଟ୍ ଭାଷଣ ଆରମ୍ଭ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ବଜେଟକୁ କ୍ୟାବିନେ୍ଟ ମଂଜୁରୀ ମିଳିଥିଲା ।
ନିଜର ବଜେଟ ଅଭିଭାଷଣ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଭାରତୀୟ ଅର୍ଥନୀତିରେ ଅନେକ ପରିବର୍ତ୍ତନ ଆସିଛି। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଅନେକ ଚ୍ୟାଲେଞ୍ଜ ଥିଲା। ଅର୍ଥନୀତିକୁ ସୁଦୃଢ଼ କରିବା ସହ ଲୋକଙ୍କୁ ରୋଜଗାର ମିଳିବା ପାଇଁ ଜନସାଧାରଣଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଅନେକ କାର‌୍ୟ୍ୟକ୍ରମ ଓ ଯୋଜନା କରାଯାଇଥିଲା । ସମସ୍ତ ବର୍ଗ ଓ ଲୋକଙ୍କ ପାଇଁ ସମସ୍ତଙ୍କ ସାମଗ୍ରିକ ଅଭିବୃଦ୍ଧି ଓ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୪୭ ସୁଦ୍ଧା ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବୁ।
ବଜେଟ୍ ଅଭିଭାଷଣ ଆରମ୍ଭରେ ସେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୋଦୀ ସରକାରଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ପରିକଳ୍ପନା ବିଷୟରେ କହିଥିଲେ।

Related Posts

Seo wordpress plugin by www.seowizard.org.