Odisha News

କୁହୁଡ଼ି ହେଲା କାଳ, ଅଟୋକୁ ଧକ୍କା ଦେଲା ପରିବା ବୋଝେଇ ପିକ୍ଅପ୍ ଭ୍ୟାନ

ଭଦ୍ରକ,26/12: ପ୍ରବଳ କୁହୁଡ଼ି ପାଇଁ ଭଦ୍ରକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକର ଗେଲପୁର ପାୱାର ହାଉସ ଛକ ନିକଟରେ ପୁରୀରୁ କଲିକତା ଫେରୁଥିବା ବେଳେ ଏକ କାର୍ ଓ ଏକ ସ୍କର୍ପିଓ ଗାଡ଼ିକୁ ରାସ୍ତା ଦେଖା ନ ଯିବାରୁ ଡିଭାଇଡର ଉପରକୁ ଚଢ଼ାଉ ଦେଇଥିଲେ।
ଏହାଫଳରେ ଘଟଣାସ୍ଥଳରେ କାରରେ ଥିବା ପଶ୍ଚିମବଙ୍ଗର ଲୋକମାନେ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହିଛି। ପ୍ରାଥମିକ ଚିକିତ୍ସା କରାଯାଇଛି। କାର୍ ଦୁଇଟି ରାସ୍ତା କଡ଼ରେ ରହିଛି।

Related Posts

Seo wordpress plugin by www.seowizard.org.