Odisha News

କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୪: ଜିଲ୍ଲାର ପୁରୁଣା କଟକ ଥାନା ଅନ୍ତର୍ଗତ ଘୋଡାଡିଆଁ ଛକ ନିକଟରେ ଶୁକ୍ରବାର ଦିନ ପୁରୁଣା କଟକ ପୋଲିସ ଏକ କାର ସହ ଗଞ୍ଜେଇ ଜବତ କରିବାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶଯେ, ଶୁକ୍ରବାର ଦିନ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଓଡି-୨୫-୩୬୬୩ ନମ୍ବର ବିଶିଷ୍ଟ କାର ଯାଞ୍ଚ କରିବାରୁ କାର ଭିତରୁ ୪୦କେଜି ଗଞ୍ଜେଇ ମିଳିଥିଲା ।
ଉକ୍ତ କାରଟି ଫୁଲବାଣି ପଟୁ ବୌଦ୍ଧ ଆଡକୁ ଆସୁଥିଲା । ପୋଲିସ କାର ସହ ଗଞ୍ଜେଇ ଜବତ କରିବାସହ ଏକ ମାମଲା ରୁଜୁକରି କାର ଚାଳକ ବିଜୟ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଯୁବକ ଫୁଲବାଣୀ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଡୁବୁରି ଗ୍ରାମର ବୋଲି ଜଣାପଡିଛି ।

Related Posts

Seo wordpress plugin by www.seowizard.org.